୦୩ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଭୂଗୋଳ ବିଭାଗ ଆନୁକୁଲ୍ୟରେ ଜାତୀୟ ପ୍ରଦୂଷଣ ନିରାକରଣ ଦିବସ ପାଳିତ ହୋଇଯାଇଛି । ପ୍ରତିବର୍ଷ ଡିସେମ୍ବର ୨ତାରିଖ ଭୋପାଳ ଗ୍ୟାସ ଦୁର୍ଘଟଣା ଦିନକୁ ଭାରତ ସରକାର ଜାତୀୟ ପ୍ରଦୂଷଣ ନିରାକରଣ ଦିବସ ଭାବେ ସାରା ଦେଶରେ ପାଳିତ ହେଉଛି । ମୁଖ୍ୟଅତିଥି ଭାବେ ପୂର୍ବତନ ପ୍ରାଣୀବିଜ୍ଞାନ ବିଭାଗୀୟ ମୁଖ୍ୟ ତଥା ପ୍ରକୃତିବନ୍ଧୁ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ପରିବେଶ, ବାୟୂ, ଜଳ, ମୃତ୍ତିକା ଓ ଶବ୍ଦ ପ୍ରଦୂଷଣ କିପରି ହୋଇଥାଏ ଓ ଏହାର ନିରାକରଣର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।
