ଜ଼ିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସାଶକ୍ତିକରଣ ବିଭାଗ ତରଫରୁ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ 2024 ଅତି ଆଡମ୍ବର ଭାବରେ ପାଳନ କରାଯାଇଅଛି

ମାଲକାନଗିରି  :-> ମାଲକାନଗିରି ସଦର ମହକୁମା ସ୍ଥିତ ସଂସ୍କୃତି ଭବନ ଠାରେ ଜ଼ିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସାଶକ୍ତିକରଣ ବିଭାଗ ତରଫରୁ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ 2024 ଅତି ଆଡମ୍ବର ଭାବରେ ପାଳନ କରାଯାଇଅଛି। ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନ ଯୋଗ ଦେଇଥିବା ବେଳେ, ସମ୍ନାନିତ ଅତିଥି ଭାବେ ଉପଜ଼ିଲ୍ଲାପାଳ, ଡାକ୍ତର ହୁସେନ, epidermiologist ଡ୍ର. ରାଜ,

rbsk ମ୍ୟାନେଜେର ହାରିବନ୍ଧୁ ଦେଶିଆନାୟକ, ଜଗତଜିବନ ପତ୍ର ପ୍ରମୁଖ ଯୋଗ ଦେଇଥିବା ବେଳେ ଜ଼ିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ନିର୍ମଳ ଧରୁଆ, କାର୍ଯ୍ୟକ୍ରମକୁ ଆବାହନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାୟ 350 ଦିବ୍ୟାଙ୍ଗ ଯୋଗ ଦେଇଥିବା ବେଳେ 04 ଜଣ ଦିବ୍ୟାଙ୍ଗ ଥିବା ଦମ୍ପନ୍ତିଙ୍କୁ 250000.00 ଟଙ୍କା ପ୍ରତ୍ସାହନ ରାଶି ପ୍ରଦାନ କରାଯଇଥିଲା, 02 ଜଣ ଦିବ୍ୟାଙ୍ଗଙ୍କୁ wheelchair ପ୍ରଦାନ କରାଯାଇଥିଲା, 02 ଜଣଙ୍କୁ ତିନିଚକିଆ cycle ପ୍ରଦାନ କରାଯାଇଥିଲା, ଜଣଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦିବ୍ୟାଙ୍ଗ ମାନଙ୍କ ଭିତରେ ସାଂସ୍କୃତିକ କାର୍ଯ୍ୟକ୍ରମ, କ୍ରୀଡା ପ୍ରତଯୋଗୀତା ଆଦି କରାଯାଇଥିଲା। ଶେଷରେ ଶ୍ରୀମତୀ ସଶ୍ମିତା ସ୍ୱାଇଁ, ଉପଖଣ୍ଡ ସାମାଜିକ ସୁରକ୍ଷା ଆଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନ ନିମନ୍ତେ ଜ଼ିଲ୍ଲା ଓ ବ୍ଲକ ର ସମସ୍ତ ସାମାଜିକ ସୁରକ୍ଷା ବିଭାଗର କର୍ମକର୍ତା ସହଯଗ କରିଥିଲେ।

Exit mobile version