୩ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ବିଶିଷ୍ଟ ଶିକ୍ଷାବିତ୍, ସମାଜସେବୀ, ‘କିଟ୍’ ଓ ‘କିସ୍’ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଗତ ଏକମାସ ମଧ୍ୟରେ ଏକାଧିକ ଜାତୀୟ ଓ ଅନ୍ତର୍ଜାତୀୟ ସଂସ୍ଥା ଦ୍ୱାରା ପୁରସ୍କୃତ ଏବଂ ସମ୍ମାନିତ ହୋଇଥିବାରୁ ଓଡ଼ିଶା ସଚେତନ ନାଗରିକ ଫୋରମ୍ ଏବଂ ‘ସଂସ୍କୃତି ଓ ସଂସ୍କୃତି’ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହାଦ୍ୱାରା ଦେଶ ବିଦେଶରେ ଓଡ଼ିଶାର ଯଶ ଓ ଗୌରବ ବୃଦ୍ଧି ପାଇଥିବାରୁ ଦୁଇସଂସ୍ଥା ପକ୍ଷରୁ ତାଙ୍କୁ ‘ଅସ୍ମିତାର ନାୟକ’ ଉପାଧି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି ।
