୨ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ଵର :-> ଭଦ୍ରକ ଜିଲ୍ଲାର ବରପଦା ଇଞ୍ଜିନିୟରିଂ କଲେଜର ସୁରକ୍ଷା ଦାବିରେ ସୋମବାର ଦିନ ଭୁବନେଶ୍ୱରଠାରେ ଭଦ୍ରକ ନାଗରିକ ମଞ୍ଚ ତରଫରୁ ଏକ ସମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରକାଶଥାଉକି, ଚଉପଦ ଭଞ୍ଜିନିୟରିଂ ସ୍କୁଲ ଯାହା ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବ ୧୯୫୭ ମସିହାରେ ସ୍ଥାନୀୟ ଲୋକଙ୍କ କମି ଅନୁଦାନ ସହାୟତାରେ ସ୍ଥାପିତ କରିଥିଲେ, ଏହା କୌଣସି କାରଣବଶତଃ ୧୯୬୪ ମସିହାରେ ବନ୍ଦ ହୋଇଯାଇଥିଲା । ପରେ ୧୯୮୨ ମସିହାରେ ଭଦ୍ରକର ଜନନେତା ତତ୍କାଳୀନ ମନ୍ତ୍ରୀ ଶ୍ରୀଯୁକ୍ତ ଯୁଗଳ କିଶୋଜ ପଟ୍ଟନାୟକଙ୍କ ଉଦ୍ୟମରେ ଏହି ଅନୁଷ୍ଠାନକୁ ପୁନରୁଦ୍ଧାର କରାଯାଇଥୁଲା ଏବଂ ପରେ ଏହି ଇଞ୍ଜିନିୟରିଂ ସ୍କୁଲ୍ର ଅନୁଦାନରୁ ଭଦ୍ରକରେ ତିନି ତିନୋଟି ବେସରକାରୀ କଲେଜ ଯଥା ସାଳନ୍ଦୀ କଲେଜ, ଚରମ୍ପା କଲେଜ ଏବଂ ଭଦ୍ରକ ମହିଳା କଲେଜ ସ୍ଥାପନ କରିଥିଲେ ।
