ଏଏମ୍/ଏନଏସ୍ ପୋର୍ଟସ୍ ପକ୍ଷରୁ ପାରାଦ୍ୱୀପ ବେଳାଭୂମି ସଫେଇ ଅଭିଯାନ

୨ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରାଦ୍ୱୀପ :-> ପାରାଦ୍ୱୀପ ସମୁଦ୍ର ବେଳାଭୂମିର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବଜାୟରଖିବା ଉଦ୍ଦେଶ୍ୟରେ ଏଏମ୍/ଏନଏସ୍ ପୋର୍ଟସ୍ ପକ୍ଷରୁଏହାର ସିଏସ୍ଆର ପଦକ୍ଷେପର ଏକ ଅଂଶବିଶେଷ ଭାବେବେଳାଭୂମିସଫେଇ ଅଭିଯାନର ଆୟୋଜନ କରାଯାଇଥିଲା । କର୍ମଚାରୀ ଏବଂ ସେମାନଙ୍କ ପରିବାର ସକ୍ରିୟତାର ସହିତ ଏହି ଅଭିଯାନରେ ଅଂଶଗ୍ରହଣ କରି ଏଠାରେ ପଡିଥିବା ବର୍ଜ୍ୟବସ୍ତୁକୁସଫା କରିଥିଲେ, ଯାହାଦ୍ଵାରା ବେଳାଭୂମିକୁ ସ୍ଵଚ୍ଛ ରଖାଯାଇପାରିବ। ଏଏମ୍ /ଏନ୍ ଏସ୍ ପୋର୍ଟସ୍ ଭବିଷ୍ୟତରେମଧ୍ୟ ଏଭଳି ଅଭିଯାନ ଜାରି ରଖିବା ସହିତ ସ୍ଥାନୀୟ ଲୋକଙ୍କୁ ଏଥିରେ ସାମିଲ କରି ଏକ ସ୍ୱଚ୍ଛ, ସବୁଜ ଏବଂ ସୁରକ୍ଷିତପରିବେଶପାଇଁ ପ୍ରତିଶ୍ରୁତିବଦ୍ଧ ରହିଛି ।

ନିଜର ସୌନ୍ଦର୍ଯ୍ୟ ପାଇଁ ପରିଚିତ ପାରାଦ୍ୱୀପ ବେଳାଭୂମିରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଇଛି। ପାରାଦ୍ୱୀପ ବେଳାଭୂମିକୁ ଆସୁଥିବା ପର୍ଯ୍ୟଟକମାନେସେମାନଙ୍କ ବ୍ୟସ୍ତବହୁଳ ଜୀବନରୁକିଛି ଭଲ ସମୟ ଏଠାରେ ଅତିବାହିତ କରିବାକୁ ଆସୁଥିବା ବେଳେ ଏକ ସ୍ୱଚ୍ଛ ପରିବେଶ ସେମାନଙ୍କୁ ଅଧିକ ଆନନ୍ଦ ପ୍ରଦାନ କରିବ ।ଏକ ସ୍ୱଚ୍ଛ ବେଳାଭୂମି ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ସ୍ଥାନୀୟ ଅର୍ଥନୀତି ଉପରେ ମଧ୍ୟଏହାର ସକରାତ୍ମକ ପ୍ରଭାବ ପଡିବ ବୋଲି ଆଶା କରାଯାଉଛି ।

Exit mobile version