Home ଅପରାଧ ବନବିଭାଗ ର ଚଢ଼ାଉ, ଖଇର କାଠ ବୋଝଇ ମିନିଟ୍ରକ ଜବତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ହରିଶଙ୍କର ରେଞ୍ଜ୍ ତେଲେନପାଲି ରୁ ଘୁଚାପାଲି ରାସ୍ତା ରେ ବନବିଭାଗ ଚଢାଉ କରି ସୋମବାର ସକାଲ ୪ ଟା ସମୟରେ ଖଇର କାଠ ବୋଝେଇ ଏକ ମିନିଟ୍ରକ ଜବତ କରିଥିବା ଜଣାଯାଇଛି । ସୂଚନା ଅନୁସାରେ ତେଲେନପାଲି ରୁ ଘୁଚାପାଲି ରାସ୍ତାରେ ଏକ ଖଇର କାଠ ବୋଝେଇ ଗାଡ଼ି ଯାଉଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଖପ୍ରାଖୋଲ ବନ ବିଭାଗ ଚଢାଉ କରି ଥିବା ବେଳେ ଖଇର କାଠ ବୋଝେଇ ମିନିଟ୍ରକ କୁ ଛାଡ଼ି ଅଭିଯୁକ୍ତ ମାନେ ଫେରାର ମାରିଥିଲେ। ଖଇର କାଠ ବୋଝେଇ ଟ୍ରକ କୁ ଜବତ କରି ବନବିଭାଗ ଖପ୍ରାଖୋଲ ବନ ବିଭାଗ କାର୍ଯ୍ୟାଳୟ କୁ ଆଣିଥିଲେ। ଖଇର କାଠ ର ହାରାହାରି ଓଜନ ୧୦ କ୍ୟୁଣ୍ଟାଲ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧୫ ହଜାର ରୁ ଉର୍ଦ୍ଧ ହେବ ବୋଲି ଜଣା ପଡିଛି । ଚଢାଉ ବେଳେ ଖପ୍ରାଖୋଲ ବନପାଲ ସୁଧୀର କୁମାର ଜେନା ଙ୍କ ନେତୃତ୍ୱ ରେ ବନରକ୍ଷୀ ରାଜେନ୍ଦ୍ର ଧରୁଆ ଓ ବନ୍ୟଜନ୍ତୁ ସୁରକ୍ଷାକାରୀ ଦଳ ସାମିଲ ଥିଲେ। ଏ ନେଇ ବନବିଭାଗ ଏକ ମାମଲା ରୁଜୁ କରିଥିବା ବେଳେ ଖଇର କାଠ ସହ ମିନିଟ୍ରକ ନମ୍ବର ଓ ଆର୍ ୦୫ଏ ଇ୮୩୨୫ଗାଡି ଜବତ ହୋଇଥିବା ସହକାରି ବନ ସଂରକ୍ଷକ ତଥା ହରିଶଙ୍କର ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଅରବିନ୍ଦ ନାଏକ ସୂଚନା ଦେଇଛନ୍ତି । Categories: ଅପରାଧ, ଓଡ଼ିଶା, ବଲାଙ୍ଗିର, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026