Home ଓଡ଼ିଶା ପଶୁ ନିଷ୍ଠୁରତା ଆଇନର ଧଜିଆ ଉଡ଼ାଇଲେ : ଜିଅଁନ୍ତା ଘୁଷୁରିକୁ ଫାଡ଼ି ଖାଇଲେ ମଞ୍ଚ କଳାକାର – ୨ ଗିରଫ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ବନ୍ୟପ୍ରାଣୀ ଶୀକାର, ଯାତ୍ରା କିମ୍ବା ନାଟକ ଅଭିନୟରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିବା ଏବଂ ସର୍ବ ସାଧାରଣରେ ବନ୍ୟପ୍ରାଣୀକୁ ନେଇ ନାଟକ ପରିବେଷଣ କରିବା ଏକ ଦଣ୍ଡନୀୟ ଅପରାଧ। ଏଥି ପାଇଁ ସରକାରକଠୋର ନିୟମ ପ୍ରଣୟନ କରିଛନ୍ତି। ହେଲେ ସରକାରଙ୍କ ସମସ୍ତ ନୀତିନିୟମକୁ ଜଳାଞ୍ଜଳି ଦେଇ ଏବଂ ପ୍ରଶାସନର ନିୟମକୁ ଖୋଲାଖୋଲି ଉଲଂଘନ କରି ନାଟକ ପରିବେଷଣ ବେଳେ ଯାତ୍ରା ମଞ୍ଚରେ ଏକ ବିଭତ୍ସ ଦୃଶ୍ୟ ଦେଖିବାକୁ ମିଳିଛି। ଏଭଳି ଏକ ସମ୍ବେଦନଶୀଳ ଘଟଣା ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ରାଳବ ଗ୍ରାମରେ ଦେଖିବାକୁ ମିଳିଛି। ରବିବାର ହିଞ୍ଜିଳିକାଟୁ ବ୍ଲକ୍ ରାଳବ ଗ୍ରାମର କାଞ୍ଜିଅଁଳା ଯାତ୍ରା ଶୁଭାରମ୍ଭ ହୋଇଥିଲା। ଯାତ୍ରାତ୍ସୋବ ସକାଶେ ସଂପୃକ୍ତ ଗ୍ରାମରେ ଚିକିଲି ଦଳ ପକ୍ଷରୁ ପୌରାଣିକ ନାଟକ ରାମାୟଣ ମଞ୍ଚସ୍ଥ କରାଯାଇଥିଲା। ନାଟକ ପରିବେଷଣ ସମୟରେ ରାକ୍ଷାସ ବେଶଧାରୀ କିଛି କଳାକାର ଯାତ୍ରା ମଞ୍ଚରେ ଲାଲ କପଡ଼ାରେ ବାନ୍ଧି ଟଙ୍ଗା ହୋଇଥିବା ଏକ ଜୀଅନ୍ତା ଘୁଷୁରୀକୁ ଅତି ନିର୍ମମ ଭାବେ ହାତରେ ମାରି ମାରି ଆହାତ କରିଥିଲେ। ପରେ ହାତରେ ହିଁ ତାର ଶରୀରର ଚମଡା ଝୁଣି ଝୁଣି କଞ୍ଚା ମାଂସ ଖାଉଥିଲେ। ଶରୀରରୁ ରକ୍ତ ବାହାରି ମଞ୍ଚ ଲାଲ୍ ହୋଇ ଯାଇଥିଲା। ତଥାପି କଳାକାର ଅଟକି ନ ଥିଲେ। ରକ୍ତାକ୍ତ ଘୁଷୁରୀର ଶରୀରରୁ କଞ୍ଚା ମାଂସ ହାତରେ ବାହାର କରି ଖାଇବାରେ ଲାଗିଥିଲେ। କିଛି ସମୟ ପରେ ମୃତ ଘୁଷୁରୀକୁ ମଞ୍ଚ ଉପରୁ ହଟାଇ ଦିଆ ଯାଇଥିଲା। ଏହି ଅଭିନୟ ବେଳେ ମଞ୍ଚ ତଳେ କିଛି ଦର୍ଶକ ତାଳି ମାରି ଏହାକୁ ଉପଭୋଗ କରୁଥିଲେ। ଆଉ କାହା ମନରେ ଏହା ଭୟ ସଞ୍ଚାର କରିଥିଲା। ଏହି ଅମାନବୀୟ ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ସେହିପରି ଏହାର ଦିନକ ପୂର୍ବରୁ ବାଳୀ ଓ ସୁଗ୍ରୀବ ଭୂମିକାରେ ଅଭିନୟ କରୁଥିବା ୨ ଅଭିନେତା ଯାତ୍ରା ମଞ୍ଚରେ ୨ଟି ସାପକୁ ଧରି ଖେଳାଉଥିବା ଦୃଶ୍ୟ ମଧ୍ୟ ଭାଇରାଲ ହୋଇଥିଲା। ଗ୍ରାମର ତଳ ସାହିରେ ଏଭଳି ଲୋମହର୍ଷଣକାରୀ ଦୃଶ୍ୟ ଚାଲିଥିବା ବେଳେ କେହି ମଧ୍ୟ ଏହାକୁ ବିରୋଧ କରିନଥିବା ଜଣାପଡିଛି। ଘଟଣା ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ହିଞ୍ଜିଳି ପୁଲିସ ପ୍ରଶାସନ ନଜରରେ ପଡ଼ିଥିଲା । ଘଟଣାକୁ ଗୁରୁତର ମନେ କରି ତଦନ୍ତ ଆରମ୍ଭ କରିଛି। ଏନେଇ ହିଞ୍ଜିଳି ଥାନାରେ କେଶ ନଂ ୯୮୫/୨୪ରେ ପଶୁ ନିଷ୍ଠୁରତା ଆଇନ ଓ ଭାରତୀୟ ନାଗରିକ ସଂହିତା ଅନୁସାରେ ମାମଲା ରୁଜ୍ଜୁ କରାଯାଇ ଖଲ୍ଲିକୋଟ ଥାନା ଚିକିଲି ଗ୍ରାମର ପରିଚାଳକ ତଥା କଳାକାର ବିମ୍ବାଧର ଗୌଡ଼ (୪୫) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇସି ଶ୍ରୀନିବାସ ସେଠୀ ସୂଚନା ଦେଇଛନ୍ତି। ଘଟଣାରେ ଜଡ଼ିତ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜା ଚାଲିଛି ବୋଲି ସେ କହିଛନ୍ତି। ଅନ୍ୟ ପକ୍ଷରେ ସ୍ଥାନୀୟ ବନ ବିଭାଗରେ ଅବସ୍ଥାପିତ ବନପାଳ ବହୁ ସମୟ ଧରି କାର୍ଯ୍ୟାଳୟରେ ଅନୁପସ୍ଥିତ ରହୁଥିବାରୁ ପୋଲିସ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବନପାଳ ମେରୀରାୟ ନୀତିରେ ଶାସନ ଚଳାଇ ଥିବାରୁ ସ୍ଥାନୀୟ ଅଞ୍ଚଳରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ବିପନ୍ନ ହୋଇଛି। ଏଥି ସହିତ କାଞ୍ଜିଅଁଳା ଯାତ୍ରା ବେଳେ ଆଉ ଏକ ଅଘଟଣ ଘଟିଛି।ହିଞ୍ଜିଳି ଥାନା ଗିରିଆ ନାରାୟଣପୁର ଗ୍ରାମର ସମୀର ଦାସ ନାମକ ଜଣେ ଦଳିତ ନାବାଳକ ଯାତ୍ରା ମଞ୍ଚରେ ଲମ୍ଫ କୌଶଳ ପ୍ରଦର୍ଶନ ବେଳେ ଗୁରୁତର ଆହାତ ହୋଇ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ବ୍ରହ୍ମପୁର ବନଖଣ୍ଡ ବିଭାଗ ପକ୍ଷରୁ ଅନ୍ୟ ଜଣେ ଅଭିଯୁକ୍ତ ନାରାୟଣ ସ୍ବାଇଁଙ୍କୁ ଗିରଫ କରା ଯାଇଛି ବୋଲି ସୂଚନା ମିଳିଛି। Categories: ଓଡ଼ିଶା, ଗଞ୍ଜାମ, ହୋମ୍ Related Content ବରିଷ୍ଠ ସାମ୍ବାଦିକ ସୁବ୍ରତ ମହାନ୍ତିଙ୍କ ବିୟୋଗରେ ଶ୍ରଦ୍ଧାଞଳି ଓ ଶୋକସଭା by Proprietor Abhimanyu Maharana September 29, 2026 ଫୁଲବାଣୀ କରୋନେସନ୍ ପଡ଼ିଆରେ ପୁରୀ ଉପକୂଳ ମାରାଥନ୍ ପ୍ରୋମୋ ରନ୍ ଅନୁଷ୍ଠିତ by Proprietor Abhimanyu Maharana September 28, 2026 କନ୍ଧମାଳରେ କଦଳୀ ଚାଷର ବିକାଶ ପାଇଁ ଟିଏସ୍ପିର ଅଭିନବ ପଦକ୍ଷେପ ଆଦିବାସୀ ଚାଷୀଙ୍କୁ ମିଳିଲା ପ୍ରଶିକ୍ଷଣ, କଦଳୀ ଚାଷ ଆଣିଲା ନୂଆ ସମ୍ଭାବନା by Proprietor Abhimanyu Maharana September 28, 2026 ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବୃଦ୍ଧଙ୍କୁ ହତ୍ୟା, ମୃତଦେହ ପୋଡ଼ିଦେବା ଅଭିଯୋଗ by Proprietor Abhimanyu Maharana September 28, 2026 ଏମ୍ ଏମ୍ ଡି ଆର ସଂଶୋଧନ ବିରୋଧରେ ବିଜେଡିର ବିକ୍ଷୋଭ by Proprietor Abhimanyu Maharana September 28, 2026 କାଶୀନଗର ବ୍ଲକ କେ.ସିତପୁରରେ ଗ୍ରାମ ଠାରେ ମାଇ ଭାରତ ଗଜପତି ପକ୍ଷରୁ ଚିକିତ୍ସା ଶିବିର ଅନୁଷ୍ଠିତ by Proprietor Abhimanyu Maharana September 28, 2026