୨ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ଜୀବନ ଜୀବିକାକୁ ନେଇ ରାସ୍ତା ଘାଟରେ ବୁଲା ବିକାଳି ଭାବେ ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ସରକାର ପିଏମ ସ୍ୱନିଧି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହାର ସଫଳ ରୂପାୟନ ପାଇଁ ପୌର ପରିଷଦ ହିଞ୍ଜିଳିକାଟୁ ବରିଷ୍ଠ ନାଗରିକ ଚିତ୍ତ ବିନୋଦନ କେନ୍ଦ୍ର ଠାରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରାଙ୍କ ତତ୍ତ୍ଵାବଧାନରେ ପାଞ୍ଚ ଦିନିଆ କର୍ମଶାଳା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ ପୌର ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ ଓ ଉପାଧ୍ୟକ୍ଷା ସୁଚିତ୍ରା କୁମାରୀ ପଣ୍ଡା ପ୍ରମୁଖ ଉଦଘାଟନ କରିଥିଲେ। ପିଏମ ସ୍ୱନିଧି ଯୋଜନାରେ ବୁଲା ବିକାଳିଙ୍କୁ କିପରି ଅନ୍ତର୍ଭୁକ୍ତ କରାଯାଇ ଋଣ ପ୍ରଦାନ କରାଯିବ ସେ ନେଇ କର୍ମଶାଳାରେ ଆଲୋଚନା ହୋଇଥିଲା।
