Home ଓଡ଼ିଶା ଏରବଙ୍ଗ ଉଚ୍ଚବିଦ୍ୟାଳୟ ର ପୁରାତନ ଛାତ୍ର ଛାତ୍ରୀ 1982 ମସିହା ବ୍ୟାଚ ର ପୁରାତନ ଛାତ୍ର ଛାତ୍ରୀଙ୍କ ବନ୍ଧୁମିଳନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଏରବଙ୍ଗ ଉଚ୍ଚବିଦ୍ୟାଳୟ ର ପୁରାତନ ଛାତ୍ର ଛାତ୍ରୀ ଙ୍କ ବନ୍ଧୁମିଳନ ଅନୁଷ୍ଠିତ ୨ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ବନ୍ଧୁ ଶବ୍ଦ ଟି ଅତି ପ୍ରାଚୀନ ଓ ରାମାୟଣ ଏବଂ ମହାଭାରତ ସମୟ ରୁ ଶୁଣିବାକୁ ମିଳୁଛି l ସଂସ୍କୃତ ବିଷୟରେ ଆମେ ପିଲାଦିନେ ଏକ ଚୋଟ ଗଳ୍ପ ସମସ୍ତେ ଉଣା ଅଧିକ ନିଶ୍ଚିତ ପଡ଼ିଥିବେ l ତାହା ହେଉଛି ” ଉତ୍ସବେ ବ୍ୟସନେ ଚୈବ ଦୁର୍ବିକ୍ଷ ରାଷ୍ଟ୍ର ବିପ୍ଳବେ ରାଜଦ୍ଵାରେ ସ୍ମଶାନେ ଚ ଯଶିଷ୍ଟଟି ଶଃ ବାନ୍ଧବ l ଆଦି ସ୍ଥାନରେ ଥିବା ବ୍ୟକ୍ତିଙ୍କୁ ହିଁ ଉପଯୁକ୍ତ ବନ୍ଧୁ ବୋଲି କୁହାଯାଏ l କିନ୍ତୁ ବାସ୍ତବ ରେ ଏବେ ତାହା ବିରଳ କାରଣ ବ୍ୟସ୍ତତା ଜୀବନରେ ସମସ୍ତେ ସ୍ୱାର୍ଥପର ହୋଇଗଲେଣି l କେବଳ ସ୍ୱାସ୍ଥ୍ୟ ହିଁ ତୁମ ହିଁ ନିଜର ଅନ୍ୟଥା କେହିଁ ନୁହନ୍ତି କାହାର l ନା ବାପା ନା ମା ନା ଭାଇ ନା ଭଉଣୀ ନା ଜ୍ଞାତି କୁଟୁମ୍ବ l ତାସତ୍ତ୍ୱେ ଏ ପରମ୍ପରାକୁ ଉଜ୍ଜୀବିତ ରଖିଛନ୍ତି ପୁରୀ ଜିଲ୍ଲାର ଗୋପ ବ୍ଲକ ଅଧିନସ୍ତ ଏରବଙ୍ଗ ଉଚ୍ଚ ବିଦ୍ୟାଳୟ ର 1982 ମସିହା ମାଟ୍ରିକ ବ୍ୟାଚ ର ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଏକ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି l ଗତ କାଲି ବିଶ୍ୱ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ର ଚନ୍ଦ୍ରଭାଗା ନିକଟରେ ଥିବା ଛୋଟା ବାବା ଙ୍କ ମଠରେ 50 ରୁ ଉର୍ଦ୍ଧ ଛାତ୍ର ଛାତ୍ରୀମାନେ ଏକାଠି ହୋଇଥିଲେ l ସ୍କୁଲ ଜୀବନ ର ଅଭୁଲା ସ୍ମୃତି କୁ ପୁନଃ ସ୍ମରଣ କରିବା ସହିତ ବିଦ୍ୟାଳୟ ରେ ଅଧୟନ ସମୟ ର କଟାଇଥିବା ସମୟ କୁ ସ୍ମରଣ କରିଥିଲେ l ଏହାର ନେତୃତ୍ୱ ନେଇଥିଲେ ଶ୍ରୀମତ ମହାପାତ୍ର, ଉମେଶ ଚନ୍ଦ୍ର ବିଶ୍ୱାଳ, ଅଜୟ କୁମର ସାବୁତ, ଜୟନ୍ତ କୁମର ରାୟ, ଗୋପୀନାଥ ମୁଦୁଲି ପ୍ରଭୁତି ଉପସ୍ଥିତ ଥିଲେ l ଏଥିପାଇଁ ଉକ୍ତ ବିଦ୍ୟାଳୟ ରେ ଆସନ୍ତା 8 ତାରିଖ ରେ ସମସ୍ତ ପୁରାତନ ଛାତ୍ର ଛାତ୍ରୀ ଙ୍କୁ ନେଇ ଏକ ବିଶାଳ ବନ୍ଧୁମିଳନ ଅନୁଷ୍ଠିତ ହେବାକୁ ଯାଉଛି l ପୁରାତନ ଛାତ୍ର ସଂସଦ ପରିଷଦ ର ପ୍ରମୁଖ ପ୍ରଦୀପ୍ତ କୁମର ମହାନ୍ତି ନିବେଦନ କରିଛନ୍ତି କୀ ଉକ୍ତ କାର୍ଯ୍ୟକ୍ରମ ଉପସ୍ଥିତ ରହି ବିଦ୍ୟାଳୟ ର ସମସ୍ୟା ଉପରେ ସରକାର ଙ୍କ ଦୁଷ୍ଟି ଆକର୍ଷଣ କରାଯିବ l Categories: ଓଡ଼ିଶା, ପୁରୀ, ହୋମ୍ Related Content ବରିଷ୍ଠ ଫଟୋ ସାମ୍ବାଦିକଙ୍କ ମାତୃ ବିୟୋଗ by Proprietor Abhimanyu Maharana August 8, 2026 ଜାତୀୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ରଥଯାତ୍ରା, ବାଲିଯାତ୍ରା, ଓଡ଼ିଶୀ ଓ ଛଉ ନୃତ୍ୟ - ସାଂସଦ ଦିଲ୍ଲୀପ ରାୟ by Proprietor Abhimanyu Maharana August 8, 2026 ହିରୋସୀମା ଦିବସ ପାଳିତ, ଶାନ୍ତି ର ବାର୍ତ୍ତା ବଣ୍ଟନ by Proprietor Abhimanyu Maharana August 7, 2026 ବ୍ରହ୍ମାନନ୍ଦ ସ୍ବାଇଁଙ୍କ ପରଲୋକ by Proprietor Abhimanyu Maharana August 7, 2026 ମାଲକାନଗିରି ଜିଲ୍ଲା ଗସ୍ତରେ ଆଇପିଆର ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ ବସନ୍ତ ପ୍ରଧାନ : କାର୍ଯ୍ୟର ସମୀକ୍ଷା ସହ ଦେଲେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ by Proprietor Abhimanyu Maharana August 7, 2026 ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ବିଦ୍ୟା ଜରିଆରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରାମୀଣ ଶିକ୍ଷାକୁ ସୁଦୃଢ଼ କରୁଛି by Proprietor Abhimanyu Maharana August 7, 2026