୨ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଡିସେମ୍ବର ୪ ତାରିଖରେ ପୁରୀ ବ୍ଲୁ ଫ୍ଲାଗ ବିଚ ଠାରେ ଅନୁଷ୍ଠିତ ହେବ ନୌସେନା ଦିବସ।ଏହି କାର୍ଯ୍ୟକ୍ରମ ରେ ମହାମହୀମ ରାଷ୍ଟ୍ରପତି ଙ୍କ ଯୋଗଦାନ ଥିବାରୁ ସମସ୍ତ କାର୍ଯ୍ୟ ଯେପରି ଶୃଙ୍ଖଳିତ ଭାବେ ସମ୍ପର୍ଣ୍ଣ ହେବ ସେଥିପାଇଁ ସମସ୍ତ କାର୍ଯ୍ୟ ର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା। ଆଜି ଅପରାହ୍ନରେ ସର୍କିଟ ହାଉସ ଠାରେ ନୌସେନା ଦିବସ ପାଳନ ନିମିତ୍ତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଶ୍ରୀ ଯାଦବ ନୌସେନା ଦିବସ ପାଳନ ସହ ମହାମହୀମ ରାଷ୍ଟ୍ରପତି ଙ୍କ ଗସ୍ତ ପାଇଁ ବିଭିନ୍ନ କାର୍ଯ୍ୟ ର ସମୀକ୍ଷା କରିଥିଲେ।

