୨ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଗୁରୁ ହରିହର ଖୁଣ୍ଟିଆଙ୍କ ଏକତ୍ରିଂଶତମ ସ୍ମୃତି ସନ୍ଧ୍ୟା ସ୍ଥାନୀୟ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ସଭାମଞ୍ଚରେ ଅନୁଷ୍ଠାନର ସଭାପତି ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତି ସନ୍ଧ୍ୟାକୁ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ କବିତିଳକ ଗୁରୁ ଆର୍ତ୍ତତ୍ରାଣ ଶତପଥୀ । ପ୍ରାରମ୍ଭରେ ଓଡ଼ିଶା ସଂଗୀତ ପରିଷଦର କଳାକାର ମାନେ ଗୁରୁ ଉର୍ମିଳା ପ୍ରଧାନଙ୍କ ନିର୍ଦ୍ଦେଶନା ଓ ମାଧବ ଶ୍ରୀନନ୍ଦନଙ୍କ ବାଦ୍ୟ ସହଯୋଗରେ କବିତିଳକ ଆର୍ତ୍ତତ୍ରାଣ ଶତପଥୀଙ୍କ ରଚନାକୁ ପରିବେଷଣ କରିଥିଲେ ।
