୧ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ଆଥେଲେଟିକ୍ ଆସୋସିଏସନ୍ ଆନୁକୁଲ୍ୟରେ ଚାଲିଥିବା ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ଲକ୍ଷ୍ମୀଧର ବେହେରା ସ୍ମାରକୀ ଟୁର୍ଣ୍ଣମେଣ୍ଟର ଆଜି ଫାଇନାଲ୍ ଖେଳରେ ରାଇଜିଂ ଷ୍ଟାର୍ କୁମାରବସ୍ତ ଓ ପିୱାଇସି ଅଟ୍ରି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ପ୍ରଥମେ ପିୱାଇସି ଅଟ୍ରି ୮ୱିକେଟ ହରାଇ ୨୯୭ରନ୍ କରିବାକୁ ସକ୍ଷମ ହୋଇଥିଲା । ଦଳତରଫରୁ ପ୍ରଦୀପ ରାଉତ ୪୨ବଲ୍ରୁ ୧୯୧ରନ୍ ସଂଗ୍ରହ କରିଥିଲେ । ବିପକ୍ଷ କୁମାରବସ୍ତ ଦଳ ତା’ର ସମସ୍ତ ୱିକେଟ ହରାଇ ୧୯୨ରନ୍ କରିବାକୁ ସକ୍ଷମ ହୋଇଥିଲା । ଆଜିର ଚୂଡାନ୍ତ ଟୁର୍ଣ୍ଣାମେଣ୍ଟରେ ପ୍ରଦୀପ ରାଉତ ମ୍ୟାନଅଫ୍ ଦି ମ୍ୟାଚ୍, ଆଇସି ଗିରି ମ୍ୟାନ୍ ଅଫ୍ ଦି ସିରିଜ ଏବଂ ଶ୍ରେଷ୍ଠ ବ୍ୟାଟସ୍ ମ୍ୟାନ ଭାବେ ବିବେଚିତ ହୋଇଥିଲେ । ରନର୍ସ ଅଫ୍ ଦଳକୁ ନଗଦ ୨୦ହଜାର ଟଙ୍କା ସହିତ ଟ୍ରଫି ଏବଂ ଚମ୍ପିୟାନ୍ ଅଟ୍ରି ଦଳକୁ ନଗଦ ୩୦ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଥିଲା ।
ବାଙ୍କୀର ପୂର୍ବତନ ବିଧାୟକ ଡକ୍ଟର ଦେବାଶିଷ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କାର ବିତରଣ କରିଥିଲେ । ସମାଜସେବୀ କେଶବ ଚନ୍ଦ୍ର ବେହେରା ଏବଂ ଓଡ଼ିଶା ପୋଲିସ୍ ମହାସଂଘର ସଂପାଦକ ମାନସ ବାରିକ ବିଶେଷ ଅତିଥି ଭାବରେ ଯୋଗଦେଇଥିଲେ । ଆଜିର ଉଦ୍ଯାପନ କାର୍ଯ୍ୟକ୍ରମକୁ ବାଙ୍କୀ କ୍ରୀଡା ସଂସଦ ଉପସଭାପତି ବିବେକାନନ୍ଦ ସାମଲ, ଉପଦେଷ୍ଟା ଆଇନଜୀବୀ ଧର୍ମପ୍ରସାଦ ମଙ୍ଗରାଜ ପରିଚାଳନା କରିଥିବା ବେଳେ କ୍ରିକେଟ ସଂପାଦକ ସତ୍ୟରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଖେଳକୁ କେଶବ ମଙ୍ଗୁଆଳ ଓ ବସନ୍ତ ଦାସ ପରିଚାଳନା କରିଥିବା ବେଳେ ମନୋଜ କୁମାର ରାଉତ ବିବରଣୀ ପ୍ରଦାନ କରିଥିଲେ ।
