ଧର୍ମପରାୟଣ ମହିଳାଙ୍କ ବିୟୋଗ

୧ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ  :->  ବାଙ୍କୀ ଏନ୍‌.ଏ.ଏସି ଅନ୍ତର୍ଗତ ରଣପୁର ଗ୍ରାମର ଧର୍ମପରାୟଣ ମହିଳା କଳ୍ପନା ଦାସଙ୍କ ୭୭ ବର୍ଷ ବୟସରେ ବିୟୋଗ ହୋଇଯାଇଛି । ସେ ପୂର୍ବତନ କାଉନସିଲର ତଥା ବିଶିଷ୍ଟ ରାଜନୈତଜ୍ଞ ସ୍ୱର୍ଗତ ହରେନ୍ଦ୍ର କିଶୋର ଦାସଙ୍କ ଧର୍ମପତ୍ନୀ ଥିଲେ । ତାଙ୍କର ମୃତ୍ୟୁ ଶଯ୍ୟା ପାଖରେ ଜ୍ୟେଷ୍ଠପୁତ୍ର ଅଶୋକ କୁମାର ଦାସ, ବୋହୂ ଚାରୁଲତା ପ୍ରଧାନ, କନିଷ୍ଠପୁତ୍ର ସାମ୍ବାଦିକ ଅଜୟ କୁମାର ଦାସ, ବୋହୂ ପୁଷ୍ପାଞ୍ଜଳି ଦାସ ତଥା ଅନ୍ୟାନ୍ୟ ଜ୍ଞାତି କୁଟୁମ୍ବ ଉପସ୍ଥିତ ଥିଲେ । ତାଙ୍କର ଶେଷକୃତ୍ୟ ସ୍ଥାନୀୟ ଏନ୍‌.ଏ.ଏସି ଶ୍ମଶାନରେ କରାଯାଇଥିଲା ।

ଜ୍ୟେଷ୍ଠପୁତ୍ର ଅଶୋକ କୁମାର ଦାସ ମୁଖାଗ୍ନି ପ୍ରଦାନ କରିଥିଲେ । ତାଙ୍କ ବିୟୋଗରେ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ , ପୂର୍ବତନ ବିଧାକ ପ୍ରଭାତ କୁମାର ତ୍ରିପାଠୀ, ପୂର୍ବତନ ବିଧାୟକ ଡକ୍ଟର ଦେବାଶିଷ ପଟ୍ଟନାୟକ , ପୂର୍ବତନ ଉପନଗରପାଳ ଭାଗୀରଥି ବିଶ୍ୱାଳ, କହ୍ନେଇ ପ୍ରଧାନ, କାଉନିସିଲର ଜାମିନିକାନ୍ତ ମହାପାତ୍ର, ପ୍ରମୋଦ ବାରିକ, ପ୍ରେସକ୍ଲବ ଉପସଭାପତି ସମରେନ୍ଦ୍ର ମହାପାତ୍ର ଓ ଅବସରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ ଅଶୋକ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଶବଧାରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

Exit mobile version