ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ବାଙ୍କୀର ୩୬ତମ ବାର୍ଷିକ କ୍ରୀଡା ଉତ୍ସବ

୧ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୩୬ତମ ବାର୍ଷିକ କ୍ରୀଡାଉତ୍ସବ ପାଳିତ ହୋଇଯାଇଛି । ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ନିରଞ୍ଜନ ମହାନ୍ତି ମୁଖ୍ୟଅତିଥି ଭାବରେ ଯୋଗଦେଇ କାର୍ଯ୍ୟର ଶୁଭାରମ୍ଭ କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ସୁସ୍ଥମନ , ପ୍ରାଣ ଓ ଶରୀର ଗଠନ ପାଇଁ କ୍ରୀଡାର ଆବଶ୍ୟକତା ଅପରିହାର୍ଯ୍ୟ ବୋଲି ଛାତ୍ରଛାତ୍ରୀମାନଙ୍କୁ କହିଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ କ୍ରୀଡାକୌଶଳ ପ୍ରଦର୍ଶିତ ହୋଇଥଲା । ଅଧ୍ୟକ୍ଷ ସତ୍ୟନାରାୟଣ ସାହୁ ସଭାପତିତ୍ୱ କରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଶିକ୍ଷାକେନ୍ଦ୍ର ପରିଚାଳନା ପରିଷଦର ସଭ୍ୟ ଦାମୋଦର ରାଜ, ଅଖିଳଚନ୍ଦ୍ର ବୀରବର ହରିଚନ୍ଦନ, କୌଶିକ ନାୟକ, ରମାକାନ୍ତ ମହାପାତ୍ର, ଉମେଶ ଚନ୍ଦ୍ର ପଟ୍ଟନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥିଲେ । କ୍ରୀଡା ଶିକ୍ଷକ ଅଶୋକ କୁମାର ରାଜ ଓ ସହକାରୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶିକ୍ଷାକେନ୍ଦ୍ରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହନମୂଳକ ପ୍ରମାଣପତ୍ର ସହିତ ବିଭିନ୍ନ ପୁସ୍ତକ ପ୍ରଦାନ କରିଥିଲେ ।

Exit mobile version