ବାଆଁରାରେ ସୁବୁଦ୍ଧେଶ୍ୱର ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ  

୧ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ଡମପଡ଼ା ବ୍ଲକ ଅନ୍ତର୍ଗତ ବାଆଁରା ସ୍ଥିତ ସୁବୁଦ୍ଧେଶ୍ୱର ମିଳିତ ବିଦ୍ୟାପୀଠ ଖେଳପଡିଆ ଠାରେ ଆଜି ସୁବୁଦ୍ଧେଶ୍ୱର ପ୍ରିମିୟମ୍ ଲିଗ୍ କ୍ରିକେଟ ଟୁର୍ଣ୍ଣମେଣ୍ଟ୍ ଉଦ୍‌ଘାଟିତ ହୋଇଯାଇଛି । ସମାଜସେବୀ ମନୋଜ କୁମାର ସାହୁ ଏହି ଟୁର୍ଣ୍ଣମେଣ୍ଟ୍‌କୁ ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନ ମ୍ୟାଚରେ ସିଦ୍ଧାର୍ଥ ଫାଇଟର୍ସ ଓ ସାନଭିକା ଫାଇଟର୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ।ସିଦ୍ଧାର୍ଥ ଫାଇଟର୍ସ ଦଳ ୧୨ଓଭରରେ ୧୮୨ରନ୍ ସଂଗ୍ରହ କରିଥିବା ବେଳେ ଏହାର ଜବାବରେ ସାନଭିକା ଫାଇଟର୍ସ ୭ଓଭର ଖେଳି ୨ୱିକେଟ ହରାଇ ୧୮୩ରନ୍ କରି ବିଜୟ ଲାଭ କରିଥିଲେ । ଆୟୋଜକ ସୁବୁଦ୍ଧେଶ୍ୱର କ୍ରିକଟେ କ୍ଲବର ପପିନା ରାଉତ, ଗୁଡୁ ରାଉତ, ଦେବାଶିଷ ରାଉତ, ପ୍ରସିଦ୍ଧ ରାଉତ, ସୌମେନ୍ଦ୍ର ରାଉତ, ପିଣ୍ଟୁ ରାଉତ, ସୁବ୍ରତ ରାଉତ ପ୍ରମୁଖ ଖେଳ ପରିଚାଳନା କରିଥିଲେ ।

Exit mobile version