ରାମକୃଷ୍ଣ ସେବାଶ୍ରମରେ ଯୁବ ବିଭାଗ ଉଦଘାଟନ

୧ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ବୋଲଗଡ ବ୍ଲକର ଟିକାତାଳସ୍ଥ ଶ୍ରୀରାମକୃଷ୍ଣ ସେବାଶ୍ରମରେ ବିଜୟ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରୀରାମକୃଷ୍ଣ ବିବେକାନନ୍ଦ ପାଠଚକ୍ରର ଏକ ବିଶେଷ ଅଧିବେଶନରେ ହାଟମୁନିଗୁଡାସ୍ଥ ରାମକୃଷ୍ଣ ମିଶନ ଆଶ୍ରମର ସମ୍ପାଦକ ସ୍ୱାମୀ ଗୀତାତ୍ମାନନ୍ଦଜୀ ମହାରାଜ ଆଭାସୀ ମାଧ୍ୟମରେ ଏକ ଯୁବ ବିଭାଗ ଉଦଘାଟନ କରିଛନ୍ତି । ଏହି ଅବସରରେ ସ୍ୱାମୀ ଭାଗବତାନନ୍ଦ ମହାରାଜ ଯୁବଶକ୍ତିର ପ୍ରତୀକ ଭାବରେ ସ୍ୱାମୀ ବିବେକାନନ୍ଦଙ୍କୁ ଜୀବନର ଆଦର୍ଶ ରୂପେ ଗ୍ରହଣ କରି ଚରିତ୍ର ଗଠନ ଓ ରାଷ୍ଟ୍ର ନିର୍ମାଣ ଉପରେ ଗୁରୁତ୍ୱ ଦେଇଥିଲେ ।

ରାମକୃଷ୍ଣ ମଠ ମିଶନ, ବେଲୁଡ଼ ମଠ ନିର୍ଦ୍ଦେଶରେ ପରିଚାଳିତ ଓଡିଶା ରାମକୃଷ୍ଣ ବିବେକାନନ୍ଦ ଭାବ ପ୍ରଚାର ପରିଷଦର ସଂଯୋଜକ ଅଧ୍ୟାପକ ସର୍ବେଶ୍ୱର ସାହୁ ଯୋଗଦେଇ ଯୁବ ବିଭାଗର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ପ୍ରଥମେ ଭକ୍ତବଲ୍ଲଭ ପଟ୍ଟନାୟକ ବେଦମନ୍ତ୍ର ପାଠ କରିଥିଲେ । ଦିଲ୍ଲୀପ କୁମାର ପଣ୍ଡା ସ୍ୱାଗତ ଅଭିଭାଷଣ ପ୍ରଦାନ କରଥିଲେ ।

ଯୁବ ସଦସ୍ୟ ମାନଙ୍କ ପକ୍ଷରୁ ଆଶୁତୋଷ ପଣ୍ଡା, ଅଶୋକ କୁମାର ଦାସ, ରମେଶ ଚନ୍ଦ୍ର ବେହେରା, ରୁଦ୍ରପ୍ରସାଦ ଚମ୍ପତ୍ତି, ମିଥୁନ କୁମାର ବିଶ୍ୱାଳ ପ୍ରମୁଖ ଦଳଗତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ରାଜକିଶୋର ଛୁଆଳସିଂହ ବିବେକାନନ୍ଦ ଆହ୍ୱାନ ସଂଗୀତ ଗାନ କରିଥିଲେ । ମନୋଜ କୁମାର ଗୁମାନସିଂହ ଧନ୍ୟବାଦ ପ୍ରଦାନ କରିଥିଲେ ।

Exit mobile version