Home ଓଡ଼ିଶା ସାହିତ୍ୟ ହେଉଛି ସତ୍ୟ, ଶିବ, ଓ ସୁନ୍ଦର by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ସାହିତ୍ୟ ହେଉଛି ସତ୍ୟ, ଶିବ ଓ ସୁନ୍ଦର l ନିଜକୁ ଅରକ୍ଷିତ ନକଲେ କେହି ପ୍ରେମର ସାଗର କୁ ପାଇପାରନ୍ତି ନାହିଁ l ତେଣୁ ନିଜକୁ ସଦା ସର୍ବଦା ଅରକ୍ଷିତ ମନେକରି ସମସ୍ତ ପ୍ରକାର ଦୁର୍ଗୁଣକୁ ପଦାକୁ ବାହାର କରି ସୁଗୁଣପଣିଆ ଆପଣେଇଲେ ଲେଖନୀ ସମ୍ବୃଧ ହେବ ଓ ସାହିତ୍ୟ ସୁସ୍ଥ ସମାଜ ଗଠନ ଦିଗରେ ସହାୟକ ହେବ ବୋଲି ବକ୍ତା ମାନେ ରବିବାର ଆଷାଢ଼ ସାହିତ୍ୟ ସଂସଦ ର 33ତମ ସାର ସତ୍ୱ ସମାରୋହରେ ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି l ହାଜିପୁର ସ୍ଥିତ ପ୍ରଜ୍ଞା ବିହାର ଠାରେ ଥିବା ଜେନେସିସ ଆଇ ଟି ଆଇ ପରିସରରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହକୁ ଧ୍ୟାନ କୁଦ ପୀଠ ର ପିଠାଧୀଶ ବାବା ଅରକ୍ଷିତ ଦାସ ମହାରାଜ ଉଦ୍ଘାଟନ କରିଥିଲେ l ଆଇନ ଜୀବି ଶକ୍ତି ପ୍ରସାଦ ପଣ୍ଡା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାରସ୍ୱତ ସମାରୋହରେ ବରଣ୍ୟ ଅତିଥି ଭାବେ ଇଞ୍ଜିନିୟର ପ୍ରଭାକର ସ୍ୱାଇଁ, ସାହିତ୍ୟିକ ବିଜୟ ମଲ୍ଲ, ଅଧ୍ୟାପକ ପ୍ରଶନ ସ୍ୱାଇଁ, ଗୀତି କବି ଡ଼ ତୋଫାନ ଜେନା, ଯୋଗଦେଇ ଉପରୋକ୍ତ ମତବ୍ୟକ୍ତ କରିଥିଲେ l ସ୍ୱାଗତ ଭାଷଣ କବି ପିତାମ୍ବର, କବୟିତ୍ରୀ କାଦମ୍ବିନୀ ପରିଜା ଅତିଥି ପରିଚୟ ପ୍ରଦାନ କରିଥିଲେ l ବେଦ ପାଠ କରିଥିଲେ ପଣ୍ଡିତ ଗୁରୁପ୍ରସାଦ ରଥ,ସଭାକୁ ସଂଯୋଜନା କରିଥିଲେ ଯୁବ କବି ସୌମେନ୍ଦ୍ର ମହାପାତ୍ର l ସଂସଦର ସମ୍ପାଦିକା କୁନ୍ତଳା ମହାପାତ୍ର ସମ୍ପାଦକୀୟ ପାଠ କରିଥିଲେ l ପ୍ରାରମ୍ଭରେ ଅନୁଷ୍ଠିତ କବିତା ପାଠୋତ୍ସବକୁ ସଂଯୋଜନା କରିଥିଲେ କବୟିତ୍ରୀ ପ୍ରିୟ ତମା ସାହୁ ଓ ଛବିରାଣୀ ପତି l ବହୁ କବି କବୟିତ୍ରୀ ସେମାଙ୍କର ସ୍ଵ ରଚିତ କବିତା ପାଠ କରିଥିଲେ l ଏହି ଉଚ୍ଛବରେ କୈଳାଶ ଚନ୍ଦ୍ର ମଲ୍ଲିକ ଙ୍କୁ ସାରସ୍ୱତ ସମ୍ମାନ, ମନୋଜ ପଟ୍ଟନାୟକ ଙ୍କୁ ଆଷାଢ଼ ସମ୍ମାନ, ପ୍ରେମାନନ୍ଦ ଖଣ୍ଡୁଆଳ ଆଷାଢ଼ କବିତା ସମ୍ମାନ, ସତ୍ୟ ରଞ୍ଜନ ମିଶ୍ର ଙ୍କୁ ଆଷାଢ଼ ଗଳ୍ପ ସମ୍ମାନ, ଶଶିକାନ୍ତ ଦାସ ଙ୍କୁ ଆଷାଢ଼ ସମ୍ପାଦକ ସମ୍ମାନ, ବୈକୁଣ୍ଠ ନାଥ ମିଶ୍ର ଙ୍କୁ ଆଷାଢ଼ ପ୍ରବନ୍ଧ ସମ୍ମାନ, ବିଦୁତ ଲତା ଭୂୟାଁ ଙ୍କୁ ବର୍ଷା ସମ୍ମାନ, ବଂକିମ ଚନ୍ଦ୍ର ନାୟକ ଙ୍କୁ ନିରଞ୍ଜନ ଖଟୁଆ ଶିଶୁସାହିତ୍ୟ ସମ୍ମାନ, ଉମେଶ ଚନ୍ଦ୍ର ଜେନା ଙ୍କୁ ସୁଦର୍ଶନ ଶତପଥୀ ସେବାସମ୍ମାନ, ସତ୍ୟ ରଞ୍ଜନ ଭଞ୍ଜ ଙ୍କୁ ପରମାନନ୍ଦ ସାହୁ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା l ଶେଷରେ ବାମଦେବ ସ୍ୱାଇଁ ଙ୍କ ଗୀତି ସଂକଳନ କିଛି କୁହୁ କିଛି କୋହ, ପିତାମ୍ବର ମହାପାତ୍ର ଙ୍କ କବିତା ସଂକଳନ ଚେନାଏ ହସ ପାଇଁ, ଦୁର୍ଯ୍ୟୋଧନ ମହାନ୍ତି ଙ୍କ ସାହିତ୍ୟ ପତ୍ରିକା ଗାଁ ମାଟି ଓ ପିତାମ୍ବର ମହାପାତ୍ର ଙ୍କ ଆଷାଢ଼ ସାହିତ୍ୟ ପତ୍ରିକା କୁ ଅତିଥି ମାନେ ଉନ୍ମୋଚନ କରିଥିଲେ l ଶେଷରେଧନ୍ୟ ବାଦ ଦେଥିଲେ ଦିଗାମ୍ବର ସ୍ୱାଇଁ l Categories: ଓଡ଼ିଶା, ଜଗତସିଂହପୁର, ହୋମ୍ Related Content ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବରତୃତୀୟସନ୍ଧ୍ୟା by Proprietor Abhimanyu Maharana September 9, 2026 TPNODL launches ‘Solar Rath’ campaign in Baleshwar to accelerate rooftop solar adoption by Proprietor Abhimanyu Maharana September 9, 2026 TPWODL Joins 3rd National Lok Adalat to Facilitate Resolution of Electricity Theft Cases by Proprietor Abhimanyu Maharana September 9, 2026 ବିଦ୍ୟୁତ୍ ଚୋରି ମାମଲାର ସହଜ ସମାଧାନ ପାଇଁ ତୃତୀୟ ଜାତୀୟ ଲୋକ ଅଦାଲତରେ ସାମିଲ ହେଲା ଟିପିଡବ୍ଲୁଓଡିଏଲ୍ by Proprietor Abhimanyu Maharana September 9, 2026 ନୂଆ ଓଡ଼ିଆ ଚଳଚ୍ଚିତ୍ର "ଜଙ୍ଖ" ର ଟାଇଟିଲ ଘୋଷଣା by Proprietor Abhimanyu Maharana September 9, 2026 ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା by Proprietor Abhimanyu Maharana September 9, 2026