୩୦ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ଆଥେଲେଟିକ୍ ଆସୋସିଏସନ୍ ଆନୁକୁଲ୍ୟରେ ଚାଲିଥିବା ଲକ୍ଷ୍ମୀଧର ମେମୋରିଆଲ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ତୃତୀୟ ସେମି ଫାଇନାଲ ମ୍ୟାଚରେ ରାଇଜିଂ ଷ୍ଟାର କୁମାରବସ୍ତ ଏବଂ ମଞ୍ଚେଶ୍ୱର କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ରେ ବିଜୟ ଲାଭ କରି ରାଇଜିଂ ଷ୍ଟାର କ୍ରିକେଟ କ୍ଲବ ପ୍ରଥମେ ବୋଲିଂ କରି ମଞ୍ଚେଶ୍ୱର ଦଳ ନିର୍ଦ୍ଧାରିତ ୧୦ଓଭରରେ ୧୫୨ରନରେ ସୀମିତ ରଖିପାରିଥିଲା । ମଞ୍ଚେଶ୍ୱର ଦଳ ପକ୍ଷରୁ ସୋମନାଥ ବଳ ୧୪ବଲ୍ରୁ ୫୪ରନ୍ କରିଥିବା ବେଳେ କୁମାରବସ୍ତ ପକ୍ଷରୁ ବିକାଶ ରାଉତ ୩ୱିକେଟ୍ ହାତେଇଥିଲେ ।
