୩୦ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ଡମପଡ଼ା ବ୍ଲକ ତଳଭେଜିପୁଟ ଆଶ୍ରମ ସ୍କୁଲରେ ଆଜି ଠକର ବାବାଙ୍କ ୧୫୬ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକ ଗୌରାଙ୍ଗ ଚରଣ ପାତ୍ର ଯୋଗଦେଇ ଠକର ବାବାଙ୍କ କାର୍ଯ୍ୟଶୈଳୀ ଓ ତାଙ୍କର ଅବଦାନ ସଂପର୍କରେ ଆଲୋକପାତ କରିଥିଲେ ।
