# ଆଦିକନ୍ଦ ସାହୁ ପାଇବେ କୋଣାର୍କ ସାହିତ୍ୟ ସମ୍ମାନ
# ତ୍ରିନାଥ ପଟ୍ଟନାୟକଙ୍କୁ ଅର୍କପ୍ରଜ୍ଞା ସମ୍ମାନ
# କୋଣାର୍କ ଉତ୍ସବ ସମ୍ମାନ ପାଇବେ ସୁଜାତା ମହାପାତ୍ର
ସମ୍ବର୍ଦ୍ଧିତ ହେବେ ୯ ସାରସ୍ୱତ ପ୍ରତିଭା
୩୦ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :-> କୋଣାର୍କ ଉତ୍ସବ -୨୦୨୪ ଅଵସରରେ ଆସନ୍ତା ଡିସେମ୍ବର ୫ତାରିଖରେ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହାୟତାରେ କୋଣାର୍କ ସାହିତ୍ୟ ସଂସଦ ପକ୍ଷରୁ ଦଶମ ‘କୋଣାର୍କ ସାହିତ୍ୟ ଆସର’ ଆୟୋଜିତ ହେବ। ଏହି ଅଵସରରେ ‘ଭାଷା ଓ ଅସ୍ମିତା’ ଶୀର୍ଷକ ଆଲୋଚନା, କଵିତାପାଠ ଓ ଗଳ୍ପ କଥନ କାର୍ଯ୍ୟକ୍ରମର ଆୟୋଜନ ସହିତ କୋଣାର୍କ ସାହିତ୍ୟ ସାହିତ୍ୟ ସଂସଦର ମୁଖପତ୍ର ସାହିତ୍ୟ ପତ୍ରିକା ‘ଧରମା’ର ସପ୍ତମ ସଂଖ୍ୟା ପ୍ରକାଶ ପାଇବ। ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଦୁଇ ଶହରୁ ଅଧିକ ସାରସ୍ୱତ ସ୍ରଷ୍ଟା ଓ ସାହିତ୍ୟପ୍ରେମୀ ସାହିତ୍ୟ ଉତ୍ସବରେ ଯୋଗଦେଇ କଵିତାପାଠ ଓ ଗଳ୍ପ କଥନ କାର୍ଯ୍ୟକ୍ରମରେ ଭାଗନେବେ।
