Home ଓଡ଼ିଶା ସଚେତନତା ବାର୍ତ୍ତାକୁ ନେଇ ଗଡିଲା ସାଇକେଲ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୩୦ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :-> ଓଡ଼ିଶା ପର୍ଯ୍ୟଟନ ବିଭାଗ ସହାୟତା ରେ କୋଣାର୍କ ପ୍ରେସକ୍ଲବ ପକ୍ଷରୁ ଆୟୋଜିତ ୯ମ ମିନି ସାଇକ୍ଲୋଥନ ଅନୂଷ୍ଠିତ ହୋଇଯାଇଅଛି । କୋଣାର୍କ ଉତ୍ସବ ପୂର୍ବରୁ ଅଦ୍ୟ କାର୍ଯ୍ୟକ୍ରମ ଭାବେ ଏହି ସାଇକ୍ଲୋଥନ ସୂର୍ଯ୍ୟ ମନ୍ଦିର ସମ୍ମୁଖରୁ ବାହାରି ରାମଚଣ୍ଡା ପୀଠ ଠାରେ ସମାପ୍ତ ହୋଇଥିଲା । ଚଳିତ ବର୍ଷ କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବା ପାଇଁ ପ୍ରେସ କ୍ଳବ ପକ୍ଷରୁ ପ୍ରୟାସ କରାଯାଇଥିଲା । ପ୍ରାପ୍ତ ସୂଚନାରୁ ଜଣାପଡେକି କୋଣାର୍କ ଉତ୍ସବର ପ୍ରସାର ପ୍ରଚାର କରିବା ତଦ୍ଦେଶ୍ୟ ନେଇ ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଭିନ୍ନ ଅନୁଷ୍ଠାନ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରିଥାଏ । କୋଣାର୍କ ଉତ୍ସବ ଆରମ୍ଭ ପୂର୍ବଦିନ କୋଣାର୍କ ପ୍ରେସ କ୍ଲବ ପକ୍ଷରୁ ଏକ ମିନି ସାଇକ୍ଲୋଥନ ଆୟଯୋନ କରାଯାଏ ଯାହାକି ଚଳିତ ବର୍ଷ ୯ମ ବର୍ଷରେ ପହଁଚିଛି। ବିଭିନ୍ନ ସଚେତନତା ବାର୍ତ୍ତାକୁ ନେଇ ଶୋଭାଯାତ୍ରାଟି ସୂର୍ଯ୍ୟମନ୍ଦିର ସମ୍ମୁଖରୁ ବାହାରି ବେଳାମାର୍ଗ ରାସ୍ତାଦେଇ ରାମଚଣ୍ଡୀ ପୀଠରେ ଉଦଯାପିତ ହୋଇଥିଲା । ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟଅତିଥି ଭାବେ କୋଣାର୍କ ଏନ୍ ଏ ସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରୀପାଠୀ, ଉପାଧକ୍ଷ ସୁରେଶ ଚନ୍ଦ୍ର ରାଉତରାୟ, ପୁରୀ ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘର ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, ଶିକ୍ଷାବିତ୍ ରବୀନ୍ଦ୍ରନାଥ ବାହିନୀପତି, ପୁରୀ ଜିଲ୍ଲା ଯାଦବ ମହାସଂଘର ସଭାପତି ଗୋପାଳ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇଥିଲେ। ବିଗତ ବର୍ଷ ପରି ଚଳିତବର୍ଷ ପ୍ରେସ କ୍ଲବର ଦୁଇ ଦିବଂଗତ ସାମ୍ବାଦିକଙ୍କ ସ୍ମୃତି ଉଦ୍ଦେଶ୍ୟରେ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ସମ୍ବାଦିକ ସ୍ମୃତି ସମ୍ମାନ ଓ ସଞ୍ଜୟ କୁମାର ପତିଙ୍କୁ ବରିଷ୍ଠ ସଂଗଠକ୍ ସମାଜ ସହିତ ସଞ୍ଜୟ କୁମାର ନାୟକଙ୍କୁ ଯୁବ ଉଦ୍ୟୋଗୀ ସମ୍ମାନ -୨୦୨୪ ରେ ସମ୍ମାନିତ କରାଯାଇଥିଲା । କ୍ଲବର ବରିଷ୍ଟ ଉପଦେଷ୍ଟା ରାମକୃଷ୍ଣ ମହାନ୍ତି, ସଭାପତି ଧନଞ୍ଜୟ ବେହେରା,ସମ୍ପାଦକ ବିଚିତ୍ର ଓଝା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ସଭ୍ୟ ତାରେକେଶ୍ଵର ବରାଳ, ଦୀପ୍ତି ରଞ୍ଜନ ପାତ୍ର, ଗୋପବନ୍ଧୁ ପତି, ପ୍ରମୋଦ ବିଶ୍ଵାଳ, ଆଲୋକ ରଞ୍ଜନ ରାଉତରାୟ,ମାନସ ଖଣ୍ଡୁଆଲ,ଗୋପବନ୍ଧୁ ପତି, ଶ୍ରୀକାନ୍ତ ସିଂ, ଦେବୀ ପ୍ରାସାଦ ନାୟକ, ଗଙ୍ଗାଧର ବେଉରା, ଗୋପବନ୍ଧୁ ପତି ପ୍ରମୁଖ ପରିଚାଳନା କରିଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ତୀରନ୍ଦାଜ ୩ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ସିବିଏସ୍ଇ ଜାତୀୟ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି by Proprietor Abhimanyu Maharana August 1, 2026 Vedanta Aluminium-Supported Young Archer Wins 3 Gold; Qualifies for CBSE Nationals by Proprietor Abhimanyu Maharana August 1, 2026 ଇପାରି ଗୋବିନ୍ଦମ୍ ଜୁଏଲର୍ସର ନବୀକୃତ ଶୋ'ରୁମ୍ ଉଦଘାଟିତ by Proprietor Abhimanyu Maharana August 1, 2026 ଚଳିତ ବନ୍ୟାରେ ପୁରୀ ଜିଲ୍ଲା ୧୭୨୨୧ ପ୍ରଭାବିତ by Proprietor Abhimanyu Maharana August 1, 2026 ଖୋ ଖୋ ବୈଷୟିକ କାର୍ଯ୍ୟକର୍ତ୍ତା ଙ୍କୁ ସମ୍ବର୍ଦ୍ଧନା by Proprietor Abhimanyu Maharana August 1, 2026 ମହିଳା ମାନେ କେବଳ ଲାଭାର୍ଥୀ ନୁହେଁ ବିକାଶ ପ୍ରକ୍ରିୟା ର କର୍ଣ୍ଣଧାର ହୁଅନ୍ତୁ : ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା by Proprietor Abhimanyu Maharana August 1, 2026