୩୦ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜିଲ୍ଲା ଫୁଲବାଣୀ ବନବିଭାଗ ଦ୍ବାରା ଏକ କଲରାପତରିଆ ବାଘ ଛାଲ ଜବତ ହୋଇଛି । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିବା ସହିତ ଏକ ଦେଶୀ ବନ୍ଧୁକ ଜବତ କରାଯାଇଛି । ଗିରଫ ହୋଇଥିବା ଯୁବକ ଜି.ଉଦୟଗିରି ଥାନା ପୁକୁଲୁଙ୍ଗିଆ ପଞ୍ଚାୟତ ମଲାନସୁଗା ଗ୍ରାମର ଭବାନୀ ଶଙ୍କର ପ୍ରଧାନ ଏବଂ ଗମ୍ଭାରୀଗୁଡା ଗ୍ରାମର ପ୍ରମୋଦ କୁମାର ପ୍ରଧାନ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ଜି.ଉଦୟଗିରି ରେଞ୍ଜ ଅଧିକାରୀ କାଜଲ ନାୟକଙ୍କ ନେତୃତ୍ୱରେ ବନବିଭାଗ ପକ୍ଷରୁ ପାଟ୍ରୋଲିଂ ଚାଲିଥିଲା ।

