୩୦ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ପୁରୀ ଜିଲ୍ଲାର ଗୋପ ବ୍ଲକ ଅଧିନସ୍ଥ୍ ତରଙ୍ଗିରା ଠାରେ ସ୍ଥାପିତ ହୋଇଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରାଙ୍ଗଣରେ ପ୍ରଥମ ଥର ପାଇଁ ର ଛାତ୍ର ଛାତ୍ରୀଙ୍କୁ ନେଇ ଏକ ଚିତାକର୍ଷକ କାର୍ଯ୍ୟକ୍ରମ “ଫୁଡ୍ ଫେଷ୍ଟିଭାଲ ” କାର୍ଯ୍ୟକ୍ରମ ଟି ଅନୁଷ୍ଠିତ ହୋଇଥିଲା l ଫେଷ୍ଟିଭାଲ କୁ ଆନୁଷ୍ଠାନିକ ଭାବେ ଶୁଭା ଉଦ୍ଘାଟନ କରିଥିଲେ ବିଦ୍ୟାଳୟ ର ଅଧକ୍ଷ ଚିନ୍ମୟ ସେନାପତି l ଏଥିରେ ମୋଟ ୪୪ ଟା ଷ୍ଟଲ ଥିବା ସ୍ଥଳେ ୯୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଏ ଭଳି ମଜାଳିଆ କାର୍ଯ୍ୟକ୍ରମ ରେ ଛାତ୍ରୀ ଙ୍କ ସଂଖ୍ୟା ଛାତ୍ର ଙ୍କ ସଂଖ୍ୟା ଠାରୁ ଅଧିକ ଥିଲା l

