ଏମଏମଡିଆର ଆଇନ କାର୍ଯ୍ୟାକାରୀ ହେବା ପରେ ଓଡିଶା ସର୍ବାଧିକ ଲାଭାନ୍ୱିତ ହୋଇଛି
ବିଜେଡି ଲାଭାନ୍ୱିତ ହେଲା, କିନ୍ତୁ ଓଡିଶାବାସୀ ଲାଭାନ୍ୱିତ ହେଲେ ନାହିଁ
ଲୋକଙ୍କ ସ୍ୱାର୍ଥରେ ଖର୍ଚ୍ଚ ନକରି କେଉଁଠି ଖର୍ଚ୍ଚ ହୋଇଛି, ତାହା ସାର୍ବଜନୀନ କରୁ ବିଜେଡି
ଶାସନରୁ ବିଦା ହେବା ପରେ ବିଜେଡି ନିଜ ଆଖି ଓ କାନ ବନ୍ଦ କରିଦେଇଥିବାରୁ ବିକାଶ ଦେଖାଯାଉନାହିଁ
ଗଣତନ୍ତ୍ରକୁ ରକ୍ତାକ୍ତ କରିଥିବା ବିଜେଡି ମୁହଁରେ ଗଣତନ୍ତ୍ରର ପରିଭାଷା ଶୋଭା ପାଉନାହିଁ
୩୦ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଆମର ରଙ୍ଗ କେବେହେଲେ ବଦଳି ନାହିଁ । କିନ୍ତୁ ରଙ୍ଗ ବଦଳାଇବାରେ ଓସ୍ତାଦ ହେଉଛି ବିଜେଡି । ରଙ୍ଗ ବଦଳାଇ ବିଜେଡି ୧୯୯୮ରେ ଆମ ସହ ମେଂଟ କରିଥିଲା । ନିଜ ଆବଶ୍ୟକତା ପୁର୍ତି ହୋଇଯିବା ପରେ ଏବଂ ନିଜ ସ୍ୱାର୍ଥ ଦୃଷ୍ଟିକୋଣରୁ ବିଜେଡି ୨୦୦୯ରେ ପୁଣି ଥରେ ବିଜେପି ସହ ସଂପର୍କ ଛିନ୍ନ କରିଥିଲା ଏବଂ କଂଗ୍ରେସ ସହ ସାଲିସ କରି ସଂପର୍କ ସ୍ଥାପନା କରିଥିଲା । ବର୍ତମାନ ବି କଂଗ୍ରେସ ସହ ନିବିଡ ସଂପର୍କ ରହିଛି । ବିଧାନସଭା ଭିତରେ ଓ ବାହାରେ ସାଲିସ ଜାରୀ ରଖିଛି ଏବଂ ଦୁଇ ଦଳର ଭାଷା ମଧ୍ୟ ସମାନ ରହିଛି ବୋଲି ବରିଷ୍ଠ ନେତା ତଥା ମାନ୍ୟବର ମନ୍ତ୍ରୀ ଶ୍ରୀ ସୁରେଶ ପୁଜାରୀ କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଶ୍ରୀ ପୁଜାରୀ କହିଛନ୍ତି ଯେ, ଚାପରେ ପଡି ବରିଷ୍ଠ ବିଧାୟକ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ନିଜ ଇଚ୍ଛା ବିରୁଦ୍ଧରେ ଅନେକ କଥା କହିଥାନ୍ତି । ଆଜି ମଧ୍ୟ ଶ୍ରୀ ଆଚାର୍ଯ୍ୟ ମୁହଁରୁ ମିଛ କୁହାଇବାର ପ୍ରୟାସ କରିଛି ବିଜେଡି । ୨୦୧୬ ପୂର୍ବରୁ ଖଣିଜ ସଂପଦର ସମସ୍ତ ଲାଭ କେନ୍ଦ୍ର ନେଉଥିଲା । ଖଣିବହୁଳ ରାଜ୍ୟମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ମୋଦି ସରକାର ୨୦୧୬ ରେ ଏମଏମଡିଆର ଆଇନରେ ସଂଶୋଧନ ଆଣି ପ୍ରଧାନମନ୍ତ୍ରୀ ଖଣିଜ ପଦାର୍ଥ କ୍ଷେତ୍ର କଲ୍ୟାଣ ଯୋଜନା (ପିଏମକେକେକେଓ୍ôାଇ) ପ୍ରଚଳନ କଲେ । ଏହା ଦ୍ୱାରା ଖଣି ସଂପତି ଲାଭାଂଶର ସର୍ବନିମ୍ନ ୨ ପ୍ରତିଶତ ସ୍ଥାନୀୟ ଅଂଚଳର ବିକାଶ ପାଇଁ ପାଂଠି ଗଠନ ହେଲା । ପରବର୍ତୀ ସମୟରେ କଂପାନୀ ଆଇନରେ ସଂଶୋଧନ ଆଣି ସିଏସଆର ପାଂଠି ଜରିଆରେ ଓଡିଶାକୁ ପର୍ଯ୍ୟାପ୍ତ ପରିମାଣ ଟଙ୍କା କେନ୍ଦ୍ରରୁ ଆସିଛି । ଓଡିଶା ସର୍ବାଧିକ ଲାଭାନ୍ୱିତ ହେଲା । ଏହି ଆଇନ ବଳରେ ବିଜେଡି ସରକାରରେ ମଧ୍ୟ ପର୍ଯ୍ୟାପ୍ତ ଟଙ୍କା ଆସିଛି । ବିଜେଡି ଲାଭାନ୍ୱିତ ହେଲା, କିନ୍ତୁ ଓଡିଶାବାସୀ ଲାଭାନ୍ୱିତ ହେଲେ ନାହିଁ । ଲୋକଙ୍କ ସ୍ୱାର୍ଥରେ ଖର୍ଚ୍ଚ ନକରି ମୁଳତଃ ଠିକାଦାରମାନଙ୍କୁ ପୋଷିବା ପାଇଁ ଖର୍ଚ୍ଚ କରିଛନ୍ତି ବୋଲି ଶ୍ରୀ ପୁଜାରୀ ଅଭିଯୋଗ କରିଛନ୍ତି ।
