ରାଜ୍ୟ କାର୍ଯ୍ୟାଳୟରେ ସ୍ମୃତି ସଭା ଆୟୋଜନ
ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି, ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବରିଷ୍ଠ ନେତୃବୃନ୍ଦଙ୍କ ସ୍ମୃତିଚାରଣ
ସ୍ୱର୍ଗତଃ ଦେ ନୀତି, ଆଦର୍ଶ, ନେତୃତ୍ୱ ନେବାର ଦକ୍ଷତା, ଦୁଃଖକୁ ଚାପି ରଖି ହସିବାର ଦୃଢତା ଏବଂ ସାମାଜିକ ସଂପୃକ୍ତି କାଳକାଳକୁ ହୃଦୟରେ ଗାର ହୋଇ ରହିଯାଇଛି : ମୁଖ୍ୟମନ୍ତ୍ରୀ
ରାଜ୍ୟ ରାଜନୀତିରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି : ରାଜ୍ୟ ସଭାପତି
୩୦ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ପୂର୍ବତନ ମନ୍ତ୍ରୀ, ବରିଷ୍ଠ ନେତା ତଥା କଟକର ପୂର୍ବତନ ବିଧାୟକ ସମୀର ଦେଙ୍କ ଗତ ୧୮ ତାରିଖ ଦିନ ପରଲୋକ ଘଟିଥିଲା । ସ୍ୱର୍ଗତଃ ଦେଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ ଅବସରରେ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ସ୍ୱର୍ଗତଃ ଦେଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହିତ ସ୍ମୃତିଚାରଣ କରିଥିଲେ । ଛାତ୍ରବସ୍ଥାରୁ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିବା ସ୍ୱର୍ଗତଃ ଦେ ଜଣେ ବାସ୍ତବରେ ସ୍ନେହୀ, ପରୋପକାରୀ ଓ ଦରଦୀ ମଣିଷ ଥିଲେ । ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ଓ ନଗର ଉନ୍ନୟନ ମନ୍ତ୍ରୀ ଭାବେ ନିଜ ଦାୟୀତ୍ୱକୁ ସୁଚାରୁ ରୂପେ ନିର୍ବାହ କରିଥିଲେ ।
