Home ଓଡ଼ିଶା ଡିସେମ୍ବର ୨୦୨୭ ରେ ସରିବ ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ ପ୍ରଥମେ ୨୬ କିମି ରେ ଆରମ୍ଭ ହେଇଯିବ ମେଟ୍ରୋ ଚଳାଚଳ : ପ୍ରଥମ ୨୦ ଟି ଷ୍ଟେସନ ଦେବ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟ ର ବାର୍ତ୍ତା – ଅପରାଜିତା ଷଡ଼ଙ୍ଗୀ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୩୦ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଆସନ୍ତା ୨୦୨୭ ଡିସେମ୍ବର ମାସ ସୁଦ୍ଧା ସରିବ ଓଡିଶାର ବହୁ ପ୍ରତିକ୍ଷୀତ ମେଟ୍ରୋ ରେଳ ପ୍ରକଳ୍ପ ର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ। ଏ ନେଇ ଶନିବାର ଦିନ ମେଟ୍ରୋ ପ୍ରକଳ୍ପ କାର୍ଯ୍ୟାଳୟ ରେ ସମୀକ୍ଷା ପରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହି ପ୍ରକଳ୍ପ ନଭେମ୍ବର ୨୦୨୩ ରେ ଡିପିଆର୍ ଅନୁମୋଦନ ପରେ କାମ ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ମୋଟ ୨୦ଟି ଷ୍ଟେସନ୍ ସମେତ ୨୬ କିମି କାମ ହେବା ସହିତ ରୁଟ୍ ରେ ୧୩ ଟି ଟ୍ରେନ ଚାଲିବ। ପ୍ରତ୍ୟେକ ଟ୍ରେନରେ ୩ କରି କୋଚ୍ ରହିବ ବୋଲି ପ୍ରାଥମିକ ସୂଚନା ରହିଛି। ଯାହାପାଇଁ ମୋଟ ୬ହଜାର ୨୫୬ କୋଟି ଟଙ୍କା ଖର୍ଚ୍ଚ ନେଇ ଅଟକଳ ହୋଇଚି । ନଭେମ୍ବର ୨୦୨୩ ରୁ ଆଜି ସୁଦ୍ଧା ୪୬୦ କୋଟି ଟଙ୍କା ଖର୍ଚ୍ଚ ସରିଛି । ୨୫୦ କୋଟି ଟଙ୍କା ଅକ୍ଟୋବର ରେ ରାଜ୍ୟ ସରକାର ଦେଇଛନ୍ତି। ୩୫୦ କୋଟି ମାର୍ଚ୍ଚ ୩୧ ୨୦୨୫ ସୁଦ୍ଧା ରାଜ୍ୟ ସରକାର ଦେବେ । ଆଉ ୧୭ସହ ୫୦ କୋଟି ଟଙ୍କା ୨୦୨୫ -୨୦୨୬ ଆର୍ଥିକ ବର୍ଷରେ ଦେବାପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ସମୀକ୍ଷା ପରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ । ଏଠାରେ ସୂଚନା ଯୋଗ୍ୟ ଯେ ଗତ ୨୦୨୨ ମସିହା ସେପ୍ଟେମ୍ବର ୨୬ ତାରିଖରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱର ଓ ଏହାର ଆଖପାଖ ଲୋକଙ୍କ ସୁବିଧା ପାଇଁ ଭୁବନେଶ୍ୱର,ପୁରୀ ଓ କଟକ କୁ ନେଇ ମେଟ୍ରୋ ରେଳ ଚଳାଚଳ ପାଇଁ ପ୍ରସ୍ତାବ ଦେଇଥିଲେ। ଯେଉଁ ପ୍ରସ୍ତାବ ଆଧାରରେ ପୂର୍ବ ସରକାର କାର୍ଯ୍ୟ ତ୍ୱରାନ୍ୱିତ କରିଥିଲେ । ଏହି ପ୍ରକଳ୍ପ ପାଇଁ ଗଠିତ ହୋଇଥିବା (ବି.ଏମ.ଆର.ସି) ଭୁବନେଶ୍ୱର ମେଟ୍ରୋ ରେଳ କର୍ପୋରେସନ ସହିତ ରାଜ୍ୟ ସରକାର ଓ ଦିଲ୍ଲୀ ମେଟ୍ରୋ,ଏକାଠି ମିଶି କାମ କରୁଛନ୍ତି। ଭୁବନେଶ୍ୱର ମେଟ୍ରୋ ର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟର ୩ ଟି ଷ୍ଟେସନ ଏକାମ୍ର ରେ ୪ଟି ଷ୍ଟେସନ୍ ମଧ୍ୟ ରେ ଓ ୧୦ ଟି ଉତ୍ତର ରେ ହେବା ସହିତ ୩ ଟି ଷ୍ଟେସନ କଟକ ରେ ରହିବ । ଏଥିରେ ୯୫ ହଜାର ଲୋକ ପ୍ରତିଦିନ ଯିବାର କ୍ଷମତା ରହିବ। ପ୍ରକଳ୍ପ ପାଇଁ ଆବଶ୍ୟକୀୟ ୯୨ ଏକର ଜମି ମିଳି ସାରିଛି ବାକି ୧୫ ଏକର ଜମି ଖୁବ୍ ଶୀଘ୍ର ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଛ । ବର୍ତମାନ ପର୍ଯ୍ୟନ୍ତ ୪୦ ଏକର ଜମି ମଳିପଡା ରେ ଦିଆଯାଇଛି ଯେଉଁଠି ମେଟ୍ରୋ ଅଫିସ ଅଛି ଓ ମେଟ୍ରୋ ର କାମ ସେଠାରେ ଚାଲିଚି । ମେଟ୍ରୋ ପ୍ରକଳ୍ପ ର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ । ଏହାପରେ କଣ କରାଯିବ, କେନ୍ଦ୍ର ର ସହାୟତା ଦରକାର ହେବ କି ନାହିଁ ତାହା ପରବର୍ତ୍ତୀ ସମୟରେ ଜଣାଯିବ ବୋଲି ସମୀକ୍ଷା ବୈଠକ ପରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହି ସମୀକ୍ଷା ବୈଠକରେ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ର ମୁଖ୍ୟ ନିର୍ବାହୀ ଅଧିକାରୀ କଲ୍ୟାଣ ପଟ୍ଟନାୟକ ଙ୍କ ସମେତ ଦିଲ୍ଲୀ ମେଟ୍ରୋ ଓ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ର ବହୁ ଅଧିକାରୀ ଉପସ୍ଥିତ ଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ଜିଲ୍ଲା ସ୍ତରୀୟ ମହକ ଓ ଉତ୍ସାହ ୨୦୨୬ ଅନୁଷ୍ଠିତ by Proprietor Abhimanyu Maharana October 12, 2026 ଦିନରେ ବାଲିବନ୍ତ ରୁ ବାଲି ଚୋରି ଧୃତରାଷ୍ଟ୍ର ପରି ବସିଛି ପ୍ରଶାସନ : ଭୁଶୁଡି ପଡିବ ହରିସହଦେବ ମନ୍ଦିର by Proprietor Abhimanyu Maharana October 12, 2026 ଓଡ଼ିଶା ସୂଚନା ସେବା ସଂଘର ବାର୍ଷିକ ଉତ୍ସବ ୨୦୨୬ ଅନୁଷ୍ଠିତ କ୍ୟାଡର ସୁଦୃଢ଼ୀକରଣ ଓ ବୃତ୍ତିଗତ ଉତ୍କର୍ଷତା ଉପରେ ଗୁରୁତ୍ୱ ‘ଡିଜିଟାଲ ଯୁଗରେ ଜନସମ୍ପର୍କ’ ଶୀର୍ଷକ ଆଲୋଚନାଚକ୍ର ଆୟୋଜିତ by Proprietor Abhimanyu Maharana October 12, 2026 ନଦୀ ପାର ହେବା ସମୟରେ ଭାସିଯାଇ ମହିଳା ମୃତ by Proprietor Abhimanyu Maharana October 12, 2026 ରା ଉଦୟଗିରିଠାରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ by Proprietor Abhimanyu Maharana October 12, 2026 ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ପ୍ରତିନିଧି ବାଛିବାକୁ ସଜବାଜ, ମଇଦାନରେ ୩୧ ପ୍ରାର୍ଥୀ by Proprietor Abhimanyu Maharana October 12, 2026