Home ଅପରାଧ ୨୪ ଲିଟର ଦେଶି ମଦ ଜବତ : ୨ ଅଭିଯୁକ୍ତ କୋର୍ଟ ଚାଲାଣ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୩୦ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭାପୁର :-> ନୟାଗଡ ଜିଲ୍ଲା ଫତେଗଡ ଥାନା ଅଂଚଳରେ ଚୋରା ନିଶା କାରବାର ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଅବକାରୀ ବିଭାଗ ପକ୍ଷରୁ ୨୪ ଲିଟର ଦେଶି ମଦ ଜବତ କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ, ବିଶେଷ ସୂତ୍ରରୁ ଖବରପାଇ ବିଭାଗୀୟ ଥାନା ଉପ ନିରୀକ୍ଷକ ଦୀପକ କୁମାର ଜେନାଙ୍କ ନେତୃତ୍ୱରେ ୪ ଜଣିଆ ଏକ ଟିମ୍ ଶୁକ୍ରବାର ରାତିରେ ଫତେଗଡ ଥାନା ଅନ୍ତର୍ଗତ ବଡସହରା ଗ୍ରାମରେ ଚଢାଉ କରି ୧୧ ଲିଟର ଦେଶି ମଦ ଜବତ କରିବା ସହିତ ନବ ପରିଡ଼ା(୪୫) କୁ ଗିରଫ କରିଥିଲେ । ପୁନଃଶ୍ଚ, ନିମାଣୀ ପଞ୍ଚାୟତ ବାଦଭୁଇଁ ଗ୍ରାମରେ ଚଢ଼ାଉ କରି ୧୩ ଲିଟର ଦେଶି ମଦ ଜବତ କରିବା ସହିତ ଅଭିଯୁକ୍ତ ବାଲିଆ ବେହେରାଙ୍କ ପୁଅ ପ୍ରକାଶ ବେହେରା (୨୭) ଙ୍କୁ ଗିରଫ କରିଥିଲେ । ଅବକାରୀ ବିଭାଗ ପକ୍ଷରୁ ଶନିବାର ଦିନ ଉଭୟ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରିବା ସହିତ ପ୍ରକାଶ ବେହେରା ଏବଂ ନବ ବେହେରାଙ୍କୁ କୋର୍ଟ ଚାଲାଣ କରାଯାଇଛି । ମାତ୍ର ସେଠାରେ ସେମାନଙ୍କର ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଉକ୍ତ ଚଢାଉ ସମୟରେ ଅବକାରୀ ବିଭାଗର କର୍ମଚାରୀ ଲକ୍ଷ୍ମୀଧର ବେହେରା, ପ୍ରତ୍ୟୁଷ ରଞ୍ଜନ ଦେହୁରୀ, ମୀତାରାଣୀ ନାୟକ ପ୍ରମୁଖ ସାମିଲ ହୋଇଥିଲେ । ଅଭିଯୁକ୍ତ ପ୍ରକାଶ ବେହେରାଙ୍କ ନାମରେ ଏକାଧିକ ମାମଲା ରହିଥିବା ଅବକାରୀ ବିଭାଗ ଥାନା ଉପ ନିରୀକ୍ଷକ ଶ୍ରୀ ଜେନାଙ୍କଠାରୁ ପ୍ରକାଶ । Categories: ଅପରାଧ, ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ଲୋକସେବା ଭବନରେ ରାଜ୍ୟ କ୍ୟବିନେଟ ବୈଠକ ପରେ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ବିବୃତ୍ତି by Proprietor Abhimanyu Maharana July 1, 2026 ଓଡ଼ିଶା ବିଧାନ ସଭାରେ କଫିଟେବୁଲ ବୁକ୍ ଉନ୍ମୋଚିତ ଏବଂ ଫିଜିଓଥେରାପି ସେଣ୍ଟର ଉଦ୍ଘାଟିତ by Proprietor Abhimanyu Maharana July 1, 2026 ବିଏମ୍ ସିର 42 ତମ କର୍ପୋରେସନ ବୈଠକ ଶେଷ by Proprietor Abhimanyu Maharana July 1, 2026 ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁନ ମାସର ସାରସ୍ୱତ ଆସର ଅବସରରେ ହାତ ଲେଖା ପତ୍ରିକା ପାହାଚ ଉନ୍ମୋଚିତ by Proprietor Abhimanyu Maharana July 1, 2026 ୯୧ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ by Proprietor Abhimanyu Maharana July 1, 2026 ପୁରୀରେ ଜିଲ୍ଲାସ୍ତରୀୟ ରେନବୋ ପ୍ରାଇଡ୍ ୱାକ୍ ସଫଳତାର ସହ ଆୟୋଜିତ by Proprietor Abhimanyu Maharana July 1, 2026