Home ଅପରାଧ ବାଘଛାଲ ସହ ଦେଶୀ ବନ୍ଧୁକ ଜବତ : ଦୁଇ ଅଭିଯୁକ୍ତ ଅଟକ, ମୁହଁ ଖୋଲୁନି ବନ ବିଭାଗ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ବାଲିଗୁଡା :-> କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବନ ବିଭାଗ ପକ୍ଷରୁ ବାଘ ଛାଲ ଓ ଦେଶୀ ବନ୍ଧୁକ ଜବତ କରାଯାଇଥିବା ବେଳେ ଏ ନେଇ କିନ୍ତୁ ବନ ବିଭାଗ ମୁହଁ ଖୋଲୁ ନାହାନ୍ତି। ଘଟଣାରୁ ପ୍ରକାଶ ଯେ, ଜି.ଉଦୟଗିରି ବନ ବିଭାଗ ଅନ୍ତର୍ଗତ କଳିଙ୍ଗା ସେକ୍ସନରେ ବାଘ ଶିକାର ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ବନ କର୍ମଚାରୀ ମାନେ ଖବର ପାଇ ଦୁଇଟି ସ୍ଥାନରେ ଚଢ଼ାଉ କରି ଜଣେ ବ୍ୟକ୍ତିଙ୍କ ଘରୁ ଏକ ଦେଶୀ ବନ୍ଧୁକ ପାଇଥିବା ବେଳେ ଏହି ଘଟଣାରେ ଦୁଇ ଜଣକୁ ଆଣି ଅଟକ ରଖି ପଚରାଉଚରା କରୁଥିବା ସହ ଏହି ବାଘ ଶିକାରରେ ଅନ୍ୟ କିଛି ଜଣ ସମ୍ପୃକ୍ତ ଥିବା ନେଇ ତନାଘନା ଚଳାଇଥିବା ବେଳେ ଅନ୍ୟମାନଙ୍କୁ ଧରିବା ପାଇଁ ବନବିଭାଗ ପକ୍ଷରୁ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି। କିନ୍ତୁ ଏହି ଘଟଣାକୁ ନେଇ ବନ ବିଭାଗ ଅଧିକାରୀ ମୁଁହ ଖୋଲୁନାହାନ୍ତି। କୌଣସି ପ୍ରତିକ୍ରିୟା ଦେବାକୁ ମଧ୍ୟ ପ୍ରସ୍ତୁତ ନାହାନ୍ତି। ଜି. ଉଦୟଗିରି ବନ ବିଭାଗ ଅଧିକାରୀଙ୍କ କାର୍ଯ୍ୟାଳୟ ମୁଖ୍ୟ ଫାଟକରେ ତାଲା ମରାଯାଇ ଭିତରକୁ କାହାରିକୁ ପ୍ରବେଶ କରିବାକୁ ଦିଆଯାଉନଥିବା ବେଳେ ଖବର ପାଇ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନେ ବନ ବିଭାଗ କାର୍ଯ୍ୟାଳୟକୁ ଖବର ସଂଗ୍ରହ ପାଇଁ ଯାଇ ମୁଖ୍ୟ ଫାଟକ ବାହାରେ ଦୀର୍ଘ ସମୟ ଅପେକ୍ଷା କରି ଫେରି ଯାଇଥିଲେ। ଏ ସମ୍ପର୍କରେ ଜି. ଉଦୟଗିରି ବନ ବିଭାଗ ଏସିଏଫ କାଜଲ ନାୟକଙ୍କୁ ଫୋନ ଯୋଗେ ପଚାରିବା ପରେ ସେ ତଦନ୍ତ ଚାଲିଛି। ଆପଣମାନେ ସହଯୋଗ କରନ୍ତୁ। ଡିଏଫଓ ସାର ଆସିଲେ ସମସ୍ତ ତଥ୍ୟ ପ୍ରଦାନ କରିବେ ବୋଲି କହିଥିବା ବେଳେ ଫୁଲବାଣୀ ଡିଏଫଓ ପ୍ରଶାନ୍ତ ପଟେଲଙ୍କୁ ଏହି ଘଟଣା ବିଷୟରେ ପଚାରିବା ପରେ ସେ କହିଲେ ତଦନ୍ତ ଚାଲିଛି। ଏବେ କିଛି କହି ହେବନି ।ତଦନ୍ତରେ ବାଧା ସୃଷ୍ଟି ହେବ। ଏଣୁ ତଦନ୍ତ ସାରିବା ପରେ ସମସ୍ତ ତଥ୍ୟ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଛନ୍ତି । Categories: ଅପରାଧ, ଓଡ଼ିଶା, କନ୍ଧମାଳ, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026