ଖପ୍ରାଖୋଲ ରେ ବ୍ଲକ ସ୍ତରୀୟ ଭୀମ ଭୋଇ ସାମର୍ଥ୍ୟ ଶିବିର – ଦୁଇ ଶହ ଉନତିରିଶ ପଞ୍ଜିକୃତ

୨୯ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ବ୍ଲକ୍ ସ୍ତରୀୟ ଭୀମ ଭୋଇ ସାମର୍ଥ୍ୟ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନ ଜୀତ ହୋତା, ସମ୍ମାନୀତ ଅତିଥି ରୂପେ ବ୍ଲକ୍ ଅଧ୍ୟକ୍ଷା ନିରୁପମା ପଟେଲ,

ଉପମୁଖ୍ୟ ମନ୍ତ୍ରୀ ତଥା ପାଟଣାଗଡ ବିଧାୟକ ଙ୍କ ବ୍ଲକ୍ ପ୍ରତିନିଧି ପଦ୍ମ କୁମାର ସିଂ ବରିହା, ସାଂସଦ ଙ୍କ ବ୍ଲକ୍ ପ୍ରତିନିଧି ସନ୍ତୋଷ କୁମାର ଭାଇସାଲ ଘୂନସର ପଞ୍ଚାୟତ ପୂର୍ବ ତନସମିତିସଭ୍ୟ ମୋହନ ସୂନାପ୍ରମୁଖ ଯୋଗଦେଇ ଥିଲେ। କାର୍ଯ୍ୟକ୍ରମ କୁ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ କନିସ୍କ ବିଭାର ପରିଚାଳନା କରିଥିବା ବେଳେ ଖପ୍ରାଖୋଲ ସକ୍ଷମ ଅନୁଷ୍ଠାନ ସଦସ୍ୟ ମାନେ ଲୋକ ଙ୍କୁ ସହଯୋଗ କରୁଥିଲେ l

ଶିବିରରେ ଚକ୍ଷୁ, କର୍ଣ୍ଣ, ନାଶା ଓ ଗଲା, ମାନସିକ ରୋଗ, ଅସ୍ଥିଶଲ୍ୟ ବିଭାଗ ବିଶେଷଜ୍ଞ ଡାକ୍ତର ଯୋଗଦେଇ। ଏହି ଅବସରରେ ୫୪ ମୂକ ବଧିର ୩୧ ଜଣ ମାନସିକ ଅନଗ୍ରସର,୩୧ ଜଣ ଦୃଶ୍ୟ ବାଧିତ,୧୧୩ ଜଣ ଶାରରିକ ଅକ୍ଷମ ପଞ୍ଜିକୃତ ହୋଇଥିବା ବେଳେ ବିଶେଷଜ୍ଞ ଡାକ୍ତର ମାନେ ପରୀକ୍ଷା କରି ଅକ୍ଷମତା ନିରୂପଣ କରିଥିଲେ। ଅକ୍ଷମତା ଅନୁସାରେ ଆଗାମୀ ଦିନରେ ପ୍ରମାଣ ପତ୍ର ସହିତ ବିଭିନ୍ନ ଉପକରଣ ମାଗଣାରେ ପ୍ରଦାନ କରାଯିବ ବୋଲି ଜଣା ଯାଇଛି ।

Exit mobile version