ଖପ୍ରାଖୋଲ ପୋଲିସ ର ଚଢ଼ାଉ, ୫ ଦାଦନ ଶ୍ରମିକ ଉଦ୍ଧାର , ସର୍ଦ୍ଦାର ସମେତ ଦୁଇଜଣ କୋର୍ଟ ଚାଲାଣ

୨୮ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ପୋଲିସ ବୁଧବାର ସକାଳେ ଚଢ଼ାଉ କରି ୫ ଦାଦନ ଶ୍ରମିକ ଉଦ୍ଧାର କରିଥିବା ବେଳେ ଜଣେ ସର୍ଦ୍ଦାର ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି ।ସୂଚନା ଅନୁସାରେ ଖପ୍ରାଖୋଲ ପୋଲିସ ପେଟ୍ରୋଲିଂଗ କଲା ବେଳେ ଧଣ୍ଡାମୁଣ୍ଡା ଗ୍ରାମ ନିକଟ ରେ ଏକ ଆରଟିକା କୁ ତନଖି କଲାବେଳେ ବେଆଇନ ଭାବେ ଆନ୍ଧ୍ର କୁ ଦାଦନ ଶ୍ରମିକ ଚାଲାଣ ହେଉଥିବା ଜାଣି ୩ ପୁରୁଷ ଓ ୨ ମହିଳା ଙ୍କୁ ଉଦ୍ଧାର କରିଥିବା ଜଣା ଯାଇଛି। ଉଦ୍ଧାର ଶ୍ରମିକ ମାନେ ଗୋଲାମୁଣ୍ଡା ଗ୍ରାମର ବୋଲି ଜଣାପଡିଛି। ଏନେଇ ଖପ୍ରାଖୋଲ ଥାନା କେଶ ନମ୍ବର ୨୭୭/୨୪ ରେ ଏକ ମାମଲା ରୁଜୁ କରି ଦାଦନ ସର୍ଦ୍ଦାର ଗୋଲାମୁଣ୍ଡା ଗ୍ରାମର ସହଦେବ ଓରଫ ସଲାମ ବଗର୍ତ୍ତି ( ୨୬) ଓ ଗାଡ଼ି ଚାଲକ କଟାପାଲି ଗ୍ରାମର ବିଷ୍ଣୁ ସାହୁ ( ୪୨) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ନରେନ୍ଦ୍ର ଛତ୍ର ସୂଚନା ଦେଇଛନ୍ତି ।

Exit mobile version