
୨୮ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )ଖପ୍ରାଖୋଲ :- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ପରିସରର ଗନ୍ଧମାର୍ଦ୍ଦନ ପାହାଡ଼ର ସ୍ଥାୟୀ ସୁରକ୍ଷା ଦାବୀରେ ଚାଳିଥିବା ଆନ୍ଦୋଳନ ଗୁରୁବାର ଚତୁର୍ଥ ଦିନରେ ପହଞ୍ଚିଛି। ବିଧାସଭାରେ ଏ ନେଇ ମୁଲତବି ଆଲୋଚନା ହେଇଥିଲେ ବି ଆନ୍ଦୋନକାରୀମାନେ ସରକାର ଗନ୍ଧମାର୍ଦ୍ଦନ ପାହାଡ ର ସ୍ଥାୟୀ ସୁରକ୍ଷା ପାଇଁ ଜାତୀୟ ସମ୍ପତି ଘୋଷଣା ସହିତ ଏକ ସଂକଳ୍ପ ପତ୍ର ଦିଅନ୍ତୁ ବୋଲି ଦାବୀ କରିଛନ୍ତି। ଉପମୁଖ୍ୟ ମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀ ଏହି ଘଟଣାକୁ ଗୁଜବ ବୋଲି କହିବା ସହ ବିରୋଧି ଉପରେ ବର୍ଷିଥିବା ବେଳେ ଆନ୍ଦୋଳନ କରି ମାନେ ନେତାଙ୍କ ବକ୍ତବ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି। ଆନ୍ଦୋଳନ ପ୍ରତ୍ୟାହାର ପାଇଁ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ, ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ଆନ୍ଦୋଳନ ସ୍ଥଳରେ ପହଞ୍ଚି ବୁଝା ସୁଝା ପରେ ମଧ୍ଯ ନିଜ ଜିଦ୍ ରେ ରହି ଧାରଣାରେ ବସିଛନ୍ତି। ଏହି ଅବସରରେ ଆବାହକ ଜୟସିଂ ପୂଝାରୀ, ଟେକେନ୍ଦ୍ର ଜାଲ, ରାଜକୁମାର ସେଠ୍, ସୁଶିଲ ନାଏକ, ବିପ୍ର ବିଶି, ତ୍ରିଲୋଚନ ପୁଞ୍ଜି, ରଘୁନାଥ ବରିହା ପ୍ରମୁଖ ଆନ୍ଦୋଳନ କରି ଉପସ୍ଥିତ ଥିଲେ।

