ଜାତୀୟ ପୋଷ୍ୟ ସନ୍ତାନ ସଚେତନତା ଅଭିଯାନ

୨୮ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :- କନ୍ଧମାଳ ଜିଲ୍ଲା ସ୍ତରୀୟ ଜାତୀୟ ପୋଷ୍ୟ ସନ୍ତାନ ସଚେତନତା ଅଭିଯାନ -୨୦୨୪ ବାଲିଗୁଡା ସ୍ଥିତ ବନବାସୀ ସେବା ସମିତି ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା ଶାଖା ଓ ସ୍ଵେଛାସେବୀ ଅନୁଷ୍ଠାନ ବନବାସୀ ସେବା ସମିତି ର ମିଳିତ ଆନୁକୁଲ୍ୟରେ ଆୟୋଜିତ ସଚେତନତା ଶିବିରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ,କର୍ମଚାରୀ , ଶିଶୁ ବିକାଶ ଅଧିକାରୀ ,ଅଙ୍ଗନୱାଡି କର୍ମୀ ,ଆଶା ଦିଦି ଓ ବିଭିନ୍ନ ସ୍ଵେଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ଯୋଗ ଦେଇଥିଲେ । ସଚେତନତା ଶିବିରକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମୀତା କରନ ସଭାପତିତ୍ଵ କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଶିଶୁ ସୁରକ୍ଷା ଅଧିକାରୀ ସୁନୀଲ କୁମାର ପ୍ରଧାନ ଅତିଥି ମାନଙ୍କ ପରିଚୟ ପ୍ରଦାନ ସହ ଆସନ ଗ୍ରହଣ କରିବା ପାଇଁ ମଞ୍ଚ କୁ ଆମନ୍ତ୍ରଣ କରିଥିଲେ । ମଞ୍ଚ ରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମୀତା କରନ, ଶିଶୁ ମଙ୍ଗଳ ସମିତି ସଦସ୍ୟ ମମତା ଦାସ ,କିଶୋର ନ୍ୟାୟ ବୋର୍ଡ ସଦସ୍ୟ ରଞ୍ଜିତା କାମ୍ପ ,ବନବାସୀ ସେବା ସମିତି ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା, ପୋଷ୍ୟ ସନ୍ତାନ ଗ୍ରହଣ ନିର୍ଦେଶକ ରବୀନ୍ଦ୍ର କୁମାର ପଣ୍ଡା ପୋଷ୍ୟ ସନ୍ତାନ ପରିଚାଳକ ସରୋଜ କୁମାର ଅଲଟିଆ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ଚଳିତ ମାସ କୁ ଜାତୀୟ ପୋଷ୍ୟ ସନ୍ତାନ ସଚେତନତା ଅଭିଯାନ ମାସ ଭାବେ ଗ୍ରହଣ କରାଯାଇଥିବା ବେଳେ ପୋଷ୍ୟ ସନ୍ତାନ ମାନଙ୍କୁ କିଭଳି ଆଇନ ସନମ୍ମତ ଭାବେ ଗ୍ରହଣ କରାଯାଇ ପାରିବ ,ଅବାଞ୍ଛିତ ଓ ଅବହେଳିତ ହୋଇ ରହିଥିବା ଶିଶୁ ମାନ ଙ୍କୁ ଚିହ୍ନଟ କରି କିଭଳି ମୁଖ୍ୟ ସ୍ରୋତ କୁ ଅଣାଯାଇ ପାରିବ ଓ ବାଲ୍ୟ ବିବାହ କୁ ରୋକା ଯାଇ ପାରିବ ସେ ସପର୍କ ରେ ପୋଷ୍ୟ ସନ୍ତାନ ଗ୍ରହଣ ନିର୍ଦେଶକ ରବୀନ୍ଦ୍ର କୁମାର ପଣ୍ଡା ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ଏହି ସଚେତନତା ଅଭିଯାନ ଶିବିର ରେ ବାଲିଗୁଡା ସିଡିପିଓ କ୍ରିଷ୍ଠା ପଣ୍ଡା ,ଟିକାବାଲି ସିଡିପିଓ ପାନମଣି ହଁସଦା ,କୋଟଗଡ ସିଡିପିଓ ଏସ. ଲକ୍ଷ୍ମୀ ,,ରାଇକିଆ ସିଡିପିଓ ମୌନାବତୀ ପାତ୍ର ସମେତ ଜିଲ୍ଲାର ୧୨ ବ୍ଲକ ର ମହିଳା ଓ ଶିଶୁ ବିକାଶ ଅଧିକାରୀ ସୁପରଭାଇଜର ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version