Home ଓଡ଼ିଶା ନୌକା ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୮ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାଲକାନଗିରି :-> ମାଲ୍ୟବନ୍ତ ମହୋତ୍ସବ ଉପଲ କ୍ଷେ ଆସନ୍ତା ୧୧ ତାରିଖ ଦିନ ସତୀଗୁଡା ଜଳଭଣ୍ଡାରରେ ମତ୍ସ୍ୟଜୀବି ମାନଙ୍କୁ ନେଇ ନୌକା ପ୍ରତି ଯୋଗିତା ନିମନ୍ତେ ନୌକା ପରିଚାଳନା କମିଟି ଦ୍ବାରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଜିଲ୍ଲା କ୍ରୀଡା ଅଧିକାରୀ ମାଧବ ପାଙ୍ଗି, ସହକାରୀ ବନ ସଂରକ୍ଷକ ମନସୁନ ଖେମୁଣ୍ଡୁ, ଜିଲ୍ଲା ମତ୍ସ୍ୟ ଅଧିକାରୀ ସୁଶାନ୍ତ କୁମାର ଗୌଡ, ସତୀଗୁଡା ମତ୍ସ୍ୟଜୀବୀ ସଂଗଠନ ର କର୍ମକର୍ତ୍ତା ଓ ସମସ୍ତ ସଦସ୍ୟ ଉପସ୍ଥିତ ରହି ଜଳଭଣ୍ଡାରରେ ପ୍ରତି ଯୋଗିତାରେ ଅଂଶଗ୍ରହଣ କରୁଥିବା ୧୦ଟି ନୌକା ପାଇଁ ୧୦୦ ମିଟର ପରିଧିରେ ସୋଲ ଏବଂ ବେଲୁନ, ସୁତୁଲି ଦ୍ୱାରା ଟ୍ରାକ୍ କରାଯିବ । ଏହାକୁ ବନ ବିଭାଗ ଦାୟିତ୍ୱ ନିର୍ବାହ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ମତ୍ସ୍ୟ ବିଭାଗ ପ୍ରତିଯୋଗୀଙ୍କ ପ୍ରତି ନୌକା ଚାଳନା କରିବା ପାଇଁ ୪ ଜଣଙ୍କ ନାମ, ଗ୍ରାମ ପଞ୍ଜୀକୃତ କରିବେ । ଏଥିସହ ପ୍ରତି ଯୋଗୀମାନଙ୍କ ପାଇଁ ଜରୁରୀକାଳୀନ ଔଷଧ, ପାନୀୟ ଜଳ, ଶୁଖିଲା ଖାଦ୍ୟ ବ୍ୟବସ୍ଥା କରିବେ । ବନ ବିଭାଗ ପ୍ରତି ଯୋଗୀମାନଙ୍କ ପାଇଁ ଟୋପି ଓ ଟି ସାର୍ଟ ଯୋଗାଇଦେବେ । ମଞ୍ଚ ଓ ଡାକବାଜି ଯନ୍ତ୍ର, ୱ।କିଟକି, ସବୁଜ ପତାକା ଯୋଗାଇ ଦେବେ । ପ୍ରତି ଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଚୟନ ପାଇଁ ଚାରିଜଣ ଚୟନ କର୍ତ୍ତା ରହିବେ । କ୍ରୀଡା ଅଧିକାରୀ ଏହି ଚୟନ କର୍ତ୍ତାମାନଙ୍କୁ ନିୟୋଜିତ କରିବେ । ଅଗ୍ନିଶମ ବିଭାଗ ପ୍ରତିଯୋଗୀ ଏବଂ ଜଳ ମଧ୍ୟରେ ତଦାରଖ କରୁଥିବା ଅଧିକାରୀମାନଙ୍କ ସୁରକ୍ଷା ଦାୟିତ୍ୱ ତୁଲାଇବା ସହ ୬୦ଟି ଲାଇଫ୍ ଜ୍ୟାକେଟ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଜରୁରୀକାଳୀନ ବିଭାଗ ଠାରୁ ଗ୍ରହଣ କରି ପ୍ରତିଯୋଗୀ ଓ ଅଧିକାରୀମାନଙ୍କୁ ବିତରଣ କରିବ । ବନା ଲାଇଫ ଜ୍ୟାକେଟରେ ପ୍ରତିଯୋଗୀ କିମ୍ବା ଅଧିକାରୀମାନେ ଜଳଭଣ୍ଡାରରେ ପ୍ରବେଶ କରିପାରିବେ ନାହିା । ଆଗାମୀ ୭ ତାରିଖ ଦିନ ପ୍ରତିଯୋଗୀମାନଙ୍କୁ ନେଇ ଏକ ମୋକ ଡ୍ରିଲ କାର୍ଯ୍ୟକ୍ରମ ଜଳ ଭଣ୍ଡାରରେ ଅନୁଷ୍ଠିତ ହେବ । ୧୧ ତାରିଖ ଅପରାହ୍ନ ୩.୩୦ ମିନିଟ୍ ସମୟରେ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ଏହି ପ୍ରତିଯୋଗିତାକୁ ସବୁଜ ପତାକା ଦେଖାଇ ଉଦ୍ଘାଟନ କରିବ । ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଳଭଣ୍ଡାର ଚତୁଃପାର୍ଶ୍ୱରେ ଥିବା ଗ୍ରାମ ଓ ସହର ମଧ୍ୟରେ ଏହାର ପ୍ରଚାର ପ୍ରସାର କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026