ସଙ୍କଟରେ ସମ୍ବିଧାନ’ ଶୀର୍ଷକ ଆଲୋଚନା ଚକ୍ର

୨୮ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> ବୋଲଗଡ, ବେଗୁନିଆ ନିର୍ବାଚନ ମଣ୍ଡଳୀର ଆମ ଆଦମୀ ପାର୍ଟି ପକ୍ଷରୁ ୧୩ତମ ପ୍ରତିଷ୍ଠା ଦିବସ ବୋଲଗଡ ବ୍ଲକ ଆମ ଆଦମୀ ପାର୍ଟିର ସଭାପତି କିଶୋର ଚନ୍ଦ୍ର ସାହୁ ଓ ବେଗୁନିଆ ଆମ ଆଦମୀ ପାର୍ଟିର ସଭାପତି କଳ୍ପତରୁ ପଣ୍ଡାଙ୍କ ମିଳିତ ଆବାହକତ୍ୱରେ ମଙ୍ଗଳବାର ଦିନ ୭୫ତମ ସମ୍ବିଧାନ ଦିବସ ବେଗୁନିଆ ବରିଷ୍ଠ ନାଗରିକ ସଂଘ ଗୃହଠାରେ ପାଳିତ ହୋଇଯାଇଛି ! ଏହ କାର୍ଯ୍ୟକ୍ରମରେ ଆମ ଆଦମୀ ପାର୍ଟି ପକ୍ଷରୁ ଭାରତ ରତ୍ନ ଡଃ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ୨ଟି ବ୍ଲକର ବୁଦ୍ଧିଜୀବୀ, ବଶିଷ୍ଠ ନାଗରିକ ଓ ସାମ୍ୱାଦିକମାନେ ଉପସ୍ଥିତ ଥିଲେ ।

ଏହି ଅବସରରେ ଆୟୋଜିତ ଦେଶାତ୍ମକ ବୋଧକ କବିତା ପାଠୋଉତ୍ସବ ତଥା ‘ସଙ୍କଟରେ ସମ୍ବିଧାନ’ ଶୀର୍ଷକଆଲୋଚନା ଚକ୍ର ଓ ପ୍ରତିଭା ସମ୍ବର୍ଦ୍ଧନା ସଭା ଶିକ୍ଷାବିତ୍ ପତିତ ପାବନ ବଳବନ୍ତରାୟଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ଆମ ଆଦମୀ ପାର୍ଟି ରାଜ୍ୟ ସାଂଗଠନିକ ସମ୍ପାଦକ ଭରତ କୁମାର ଦାସ ଯୋଗଦେଇ ଭାରତୀୟ ସମ୍ବିଧାନ ଓ ଗଣତନ୍ତ୍ରକୁ ମଜଭୂତ କରିବା ସହ ଏକତା ଓ ଅଖଣ୍ଡତାକୁ ଅକ୍ଷୂର୍ଣ୍ଣ ରଖିବା ପାଇଁଁ ସମସ୍ତେ ସମ୍ବିଧାନର ନୀତି ଓ ଆଦର୍ଶର ଅନୁପାଳନ କରିବାକୁ ଆହ୍ବାନ ଦେଇଛନ୍ତି। ନବନିର୍ମାଣ କୃଷକ ସଂଗଠନ ଜିଲା ସଂଯୋଜକ ସୁରେଶ ଚନ୍ଦ୍ର ମାନସିଂହ, ଆପର ଜିଲା ସଭାପତି ସୁବାସିସ ସ୍ୱାଇଁ, ପ୍ରଶାନ୍ତ ରଣସିଂହ, ପ୍ରମୋଦ ନନ୍ଦ,

ଚିତ୍ତ ରଞ୍ଜନ ଆଚାର୍ଯ୍ୟ,ବବି ଦାସ ଗୋଛି,ଭକ୍ତ ବନ୍ଧୁ ପଟ୍ଟନାୟକ, ସୂର୍ଯ୍ୟକାନ୍ତ ଗୁଆଳ, ଲକ୍ଷ୍ମୀଧର ମହାପାତ୍ର, ଲକ୍ଷ୍ମଣ ସେଠୀ,ରଣଜିତ୍ ଚଂପତ୍ତି, ପଦ୍ମାଳୟା ମହାପାତ୍ର, ସନ୍ଧ୍ୟାରାଣୀ ମହାପାତ୍ର, ଗୀତାଞ୍ଜଳି ପଣ୍ଡା ,ସୋନଉରା ବେଗମ୍, ଜରିନା ବିବି ପ୍ରମୁଖ ଯୋଗଦେଇଥିଲେ। ସେହିପରି ବୋଲଗଡ ବ୍ଲକର ଗେଡିଆପଲ୍ଲୀ ଉଚ୍ଚ ବିଦ୍ୟାଳୟ ପରିସରରେ ସମ୍ବିଧାନ ଦିବସ ଉପଲକ୍ଷେ କୁଇଜି ପ୍ରତିଯୋଗିତା ଓ ପୁରସ୍କାର ବିତରଣ ସଭା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରଣତି ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। କାୟକଳ୍ପର ସଂପାଦକ ତ୍ରିଲୋଚନ ଦାଶ, ସରପଞ୍ଚ କବିତା ମଞ୍ଜରୀ ତ୍ରିପାଠୀ, ଶିକ୍ଷୟତ୍ରୀ ଅମିତା ଦାସ, ତୃପ୍ତି ପଟ୍ଟନାୟକ ଅତିଥି ଭାବରେ ଯୋଗଦେଇଥିଲେ । ପିଲାଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା ତ୍ରିଲୋଚନ ଦାସଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା । ପରିଶେଷରେ ବୋଲଗଡ଼ ବ୍ଲକ ଆମ ଆଦମୀ ପାର୍ଟିର ସଭାପତି କିଶୋର ଚନ୍ଦ୍ର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ !

Exit mobile version