ଅଧ୍ୟାପକ ଡକ୍ଟର ସୁକାନ୍ତ କୁମାର ପ୍ରଧାନଙ୍କ ୨ଗୋଟି ପୁସ୍ତକ ଉନ୍ମୋଚନ

୨୮ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଦୃଶ୍ୟଶ୍ରାବ ଗୃହ ଠାରେ କଲେଜର ପୁରାତନ ଛାତ୍ର ତଥା ଇନ୍ଦିରାଗାନ୍ଧି ସରକାରୀ ମହାବିଦ୍ୟାଳୟ ଅରୁଣାଚଳର ସହକାରୀ ପ୍ରଫେସର ଡକ୍ଟର ସୁକାନ୍ତ କୁମାର ପ୍ରଧାନଙ୍କ ଦୁଇଗୋଟି ପୁସ୍ତକ ଯଥା ‘ଏନ୍‌ଭାରମେଣ୍ଟାଲ୍ ଏଡୁକେସନ’୍ ଏବଂ ‘ଏଡୁକେସନାଲ ଏଣ୍ଡ ଭୋକେସନାଲ୍ ଗାଇଡାନ୍ସ ଏଣ୍ଡ୍ କାଉନସିଲିଂ’ ପୁସ୍ତକ ଶୁଭଉନ୍ମୋଚନ୍ ହୋଇଯାଇଛି । ଉକ୍ତ ପୁସ୍ତକକୁ ପରିଚାଳନା କମିଟି ସଦସ୍ୟ ସମରେନ୍ଦ୍ର ମହାପାତ୍ର,ଅଧ୍ୟକ୍ଷ ଡକ୍ଟର ନିରଞ୍ଜନ ମହାନ୍ତି ଓ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଉଦ୍‌ଘାଟନ କରି ପୁସ୍ତକ ଦ୍ୱୟ +୩ ଓ ସ୍ନାତକତ୍ତୋର ଛାତ୍ରଛାତ୍ରୀମାନଙ୍କ ପାଇଁ ଉପାଦେୟ ହୋଇ ପାରିବ ବୋଲି ମତପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷାବିଭାଗର ବିଭାଗୀୟ ମୁଖ୍ୟ ଅଧ୍ୟାପକ ସୁକାନ୍ତ କୁମାର ମହାପାତ୍ର, ଡକ୍ଟର ପ୍ରସନ୍ନ କୁମାର ମହାପାତ୍ର, ଡକ୍ଟର ଶଶିଭୂଷଣ ମହାପାତ୍ର, ପ୍ରାଧ୍ୟାପକ ପ୍ରମୋଦ କୁମାର ପଣ୍ଡା, ଅଧ୍ୟାପିକା ଜ୍ୟୋର୍ତିମୟୀ ପାଢ଼ୀ, ଅଧ୍ୟାପିକା ଶିବାନୀ ଦେବଦର୍ଶିନୀ ପ୍ରଧାନ ଓ ଅଧ୍ୟାପକ ବିପ୍ରବର ରାଉତ ପ୍ରମୁଖ ଯୋଗଦେଇଥିଲେ । ଶେଷରେ ଜ୍ୟୋର୍ତିମୟୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version