ସ୍ୱର୍ଗତ ଲକ୍ଷ୍ମୀଧର ବେହେରା କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ : ଫାଇନାଲରେ ପିୱାଇସି ଅଟ୍ରି

୨୮ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ଆଥେଲେଟିକ୍ ଆସୋସିଏସନ୍ ଆନୁକୁଲ୍ୟରେ ଚାଲିଥିବା ଲକ୍ଷ୍ମୀଧର ବେହେରା ମେମୋରିଆଲ୍ ଟୁର୍ଣ୍ଣାମେଣ୍ଟର ଆଜି ପ୍ରଥମ ସେମିଫାଇନାଲରେ ପିୱାଇସି ଅଟ୍ରି ଓ କିଆଝର କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମ୍ୟାଚରେ ପିୱାଇସି ଅଟ୍ରି ବିଜୟ ଲାଭ କରି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତିରେ କିଆଝର କ୍ରିକେଟ କ୍ଲବ ନିର୍ଦ୍ଧାରିତ ୨୦ଓଭରରେ ୯ୱିକେଟ ହରାଇ ୨୪୯ରନ୍ କରିଥିବା ବେଳେ ଗିରିଶ ନାୟକ ୩୩ଟି ବଲ୍‌ରୁ ୮୦ରନ୍ କରିଥିଲେ । ପିୱାଇସି ଅଟ୍ରି ପକ୍ଷରୁ ସୁଶାନ୍ତ ସାହାଣି ୪ ଓଭରରୁ ୫୩ରନ୍ ଦେଇ ୩ଗୋଟି ୱିକେଟ ସଂଗ୍ରହ କରିଥିଲେ ।

ଏହାର ଜବାବରେ ପିୱାଇସି ଅଟ୍ରି ମାତ୍ର ୧୪.୪ ବଲରେ ଆବଶ୍ୟକ ରନ୍ ସଂଗୃହିତ କରିନେଇଥିଲେ । ଦଳତରଫରୁ ବିକ୍ରମ ସାମଲ ମାତ୍ର ୩୦ଟି ବଲ୍‌ରୁ ୧୧୨ରନ୍ ସଂଗ୍ରହ କରି ଶ୍ରେଷ୍ଠ ଖେଳାଳୀ ଭାବେ ବିବେଚିତ ହୋଇଥିଲେ । ଆଜିର ଖେଳରେ ମୁଖ୍ୟଅତିଥି ଭାବେ ଯୁବନେତା ଅବିନାଶ ପଟ୍ଟନାୟକ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିବା ବେଳେ ବାଙ୍କୀ ଏନ୍‌.ଏ.ସି କାଉନସିଲର ପଠାଣୀ ବେହେରା, ସମ୍ମାନିତ ଅତିଥି ଏବଂ ସମାଜସେବୀ ଚିନ୍ତାମଣି ବେହେରା ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । କେଶବ ମଙ୍ଗୁଆଳ ଓ ଆଦର୍ଶ ମହାପାତ୍ର ଆଜିର ଖେଳକୁ ପରିଚାଳନା କରିଥିଲେ । ଆସନ୍ତା କାଲି ଦ୍ୱିତୀୟ ସେମିଫାଇନାଲରେ କୁମାରବସ୍ତ କ୍ରିକେଟ ଆସୋସିଏସନ୍ ଓ ମଞ୍ଚେଶ୍ୱର କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହେବ ବୋଲି କ୍ରିକେଟ ସଂପାଦକ ସତ୍ୟରଞ୍ଜନ ସାହୁ ସୂଚନା ପ୍ରଦାନ କରିଛନ୍ତି ।

Exit mobile version