Home ଓଡ଼ିଶା ବାଙ୍କୀ କଲେଜ ରାଜନୀତି ବିଜ୍ଞାନ ବିଭାଗ ଆନୁକୁଲ୍ୟରେ ସମ୍ବିଧାନ ସଂପର୍କରେ ଆଲୋଚନା ଓ ପ୍ରତିଯୋଗିତା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୮ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ଆନୁକୁଲ୍ୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସମ୍ବିଧାନ ସମ୍ବନ୍ଧରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେବା ସହ ସମ୍ବିଧାନ ସଂପର୍କରେ ତର୍କ , ସଂଗୀତ ଓ ଚିତ୍ରକଳା ଆଦି ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ଡକ୍ଟର ନିରଞ୍ଜନ ମହାନ୍ତି ଉଦ୍ଘାଟନ କରି ଏହାର ସଫଳତା କାମନା କରିଥିଲେ । ମୁଖ୍ୟଅତିଥି ଭାବେ ଶିକ୍ଷାବିତ୍ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ଏହି ବିଭାଗର ଛାତ୍ରଛାତ୍ରୀମାନେ ସମ୍ବିଧାନକୁ ଭଲଭାବରେ ତର୍ଜମା କରିବା ଆବଶ୍ୟକ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମୁଖ୍ୟ ଡକ୍ଟର ଶୈଳେନ୍ଦ୍ର ଚନ୍ଦ୍ର ଦେଓ ସଭାପତିତ୍ୱ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଡକ୍ଟର ଲୀନା ରାଣୀ ପ୍ରଧାନ,ଅଧ୍ୟାପକ ଅଦୈତ୍ୟ ପ୍ରଧାନ , ଅଧ୍ୟାପକ ରୁଦ୍ରପ୍ରସାଦ ସାହୁ, ଓ ଅଧ୍ୟାପିକା ବର୍ଷାରାଣୀ ଦିକ୍ଷୀତ ଯୋଗଦାନ କରି ସମ୍ବିଧାନ ଉପରେ ଛାତ୍ରଛାତ୍ରୀମାନଙ୍କୁ ବହୁ ମୂଲ୍ୟବାନ ତଥ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନେ ନିଜ ନିଜର ସନ୍ଦର୍ଭ ପାଠ କରିଥିଲେ । ଚିତ୍ରକଳା ପ୍ରତିଯୋଗିତାରେ ସୁବ୍ରତ କୁମାର ମାଝୀ ପ୍ରଥମ, ସରସ୍ୱତୀ ବେହେରା ଦ୍ୱିତୀୟ, ସୀମା ଦତ୍ତ ଓ ସମୀତା ଛାଟୋଇ ଯୁଗ୍ମ ତୃତୀୟସ୍ଥାନ ଅଧିକାର କରିଥିବା ବେଳେ ତର୍କପ୍ରତିଯୋଗିତାରେ ସୋନାଲି ବେହେରା ପ୍ରଥମ ସ୍ଥାନ ଓ ସଂଗୀତ ପ୍ରତିଯୋଗିତାରେ ବୈଶାଖି ସିଂହ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ଅଧ୍ୟାପକ ନରେଶ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ର ସମାପନୀ ସମାରୋହ by Proprietor Abhimanyu Maharana September 10, 2026 ସ୍ଥାଣୁ ପାଲଟିଛି ପ୍ରଶାସନ, ଖଣ୍ଡପଡ଼ା ଅଞ୍ଚଳରେ ଅବାଧରେ ଚାଲିଛି ପଲିଥିନ କାରବାର by Proprietor Abhimanyu Maharana September 10, 2026 ହବିଷ୍ୟାଳି ବ୍ରତ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana September 10, 2026 ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ଯୋଗଦାନ by Proprietor Abhimanyu Maharana September 10, 2026 ଶ୍ରୀମନ୍ଦିର ଜମିଜମା ଆଇନ ସଂଶୋଧନକୁ ପୁରୀ ବିଜେପି ପକ୍ଷରୁ ସ୍ବାଗତ by Proprietor Abhimanyu Maharana September 10, 2026 Vedanta Aluminium Coal Mines showcases next-generation mining technologies at 6th CLI Expo 2026 by Proprietor Abhimanyu Maharana September 10, 2026