Home ଓଡ଼ିଶା ଓଡ଼ିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ବାଙ୍କୀ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୮ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘର ଆହ୍ୱାନକ୍ରମେ ବାଙ୍କୀ ଓ ଡମପଡ଼ା ବ୍ଲକ ଶାଖାର ଏକ ବୈଠକ ସ୍ଥାନୀୟ ଶିକ୍ଷକ ଭବନ ଠାରେ କୌଶିକ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରାଜ୍ୟ ମହାସଂଘର ମହାସଚିବ ଗୋକୁଳାନନ୍ଦ ବେହେରା , ଉପାଧ୍ୟକ୍ଷ ଦ୍ୱାରୀକାନାଥ ମହାନ୍ତି, ସଂଗଠନ ସଂପାଦକ ଶରତ ଚନ୍ଦ୍ର ପରିଡା, ସଭ୍ୟ ସୁବ୍ରତ କୁମାର ରାୟ ଯୋଗଦେଇଥିବା ବେଳେ ବାଙ୍କୀ ଶାଖାର ଶିକ୍ଷକ ନେତା ଅଶୋକ କୁମାର ପଟ୍ଟନାୟକ, ପ୍ରଫୁଲ୍ଲ କୁମାର ପଣ୍ଡା, ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ପ୍ରଭାକର ରାଉତ, ଭୀମସେନ ନାୟକ, ଡମପଡ଼ା ବ୍ଲକ ଶାଖା ସଭାପତି ଧଡିପ୍ରଧାନ, ବାଙ୍କୀ ବ୍ଲକ ସଂପାଦକ ସୁବାସ ଚନ୍ଦ୍ର ପ୍ରହରାଜ, ଡମପଡ଼ା ବ୍ଲକ ସଂପାଦକ ନବକିଶୋର ମହାପାତ୍ର ପ୍ରମୁଖ ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ପରିପ୍ରେକ୍ଷୀରେ ପୁରୁଣା ପେନସନ୍ ପୁନଃ ପ୍ରଚଳନ, କୋଭିଡ ସମୟରେ ବକେୟା ଡି.ଆର୍. ପ୍ରଦାନ, ୬୫ବର୍ଷରୁ ଉର୍ଦ୍ଧ୍ୱ କର୍ମଚାରୀମାନଙ୍କୁ ଅତିରିକ୍ତ ୫ପ୍ରତିଶତ ପେନସନ୍ ପ୍ରଦାନ, ଚିକିତ୍ସା ଭତ୍ତା , ଯାତାୟତ ବେଳେ ବସ୍ ଏବଂ ରେଳରେ ରିହାତି ଆଦି ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ବାଙ୍କୀ ବ୍ଲକ ଏବଂ ଡମପଡ଼ା ବ୍ଲକ ବିଡିଓଙ୍କୁ ପ୍ରଦାନ କରାଯାଇଛି । Categories: ଓଡ଼ିଶା, କଟକ, ହୋମ୍ Related Content ପୁରୀଜିଲ୍ଲା ଶିକ୍ଷକ ପଦନ୍ନୋତିରେ ମହାଘୋଟାଲା ଅଧିକାରୀଙ୍କ ପାଟିରୁ ଛାଡୁନି ପ୍ରମୋଶନ ରାବିଡି by Proprietor Abhimanyu Maharana June 14, 2026 ପାଣ୍ଡବ ଜେନା ଫାଉଣ୍ଡେସନର ଉନବିଂଶ ତମ ମେଧାବୀ ସମ୍ମାନ: ଦ୍ୱିତୀୟ ପର୍ଯ୍ୟାୟରେ ୫୧୨ଜଣ ପିଲାଙ୍କୁ ସମ୍ମାନୀତ ଓ ଆର୍ଥିକ ସହାୟତା ପ୍ରଦାନ by Proprietor Abhimanyu Maharana June 14, 2026 ବିରିଡିରେ ରଜ ଉଚ୍ଛବ ପାଳିତ by Proprietor Abhimanyu Maharana June 13, 2026 Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha by Proprietor Abhimanyu Maharana June 13, 2026 समाज के आर्थिक रूप से कमजोर परिवारों को आर्थिक सहायता by Proprietor Abhimanyu Maharana June 13, 2026 ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା by Proprietor Abhimanyu Maharana June 13, 2026