ତଳଭେଜିପୁଟ ଆଶ୍ରମ ବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ

୨୮ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ଡମପଡ଼ା ବ୍ଲକ ଅନ୍ତର୍ଗତ ତଳଭେଜିପୁଟ ଆଶ୍ରମ ବିଦ୍ୟାଳୟ ଠାରେ ଆଜି ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ବେହେରା ସଭାପତିତ୍ୱ କରିଥିଲେ । ମୁଖ୍ୟଅତିଥି ଭାବେ ଅତିରିକ୍ତ ସମାଜ ମଙ୍ଗଳ ଅଧିକାରୀ ବିଜୟାନନ୍ଦ ରାଉତ ଯୋଗଦାନ କରି ସମ୍ବିଧାନ ସମ୍ବନ୍ଧରେ ଆଲୋକପାତ କରିଥିଲେ ।

କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକ ଗୌରାଙ୍ଗ ଚରଣ ପାତ୍ର , ସୌଭାଗିନୀ ମିଶ୍ର, ସୁଲୋଚନା ଜେନା, କାଞ୍ଚନ ନାୟକ ଓ ଚିନ୍ନା ନାୟକ ପ୍ରମୁଖ ଯୋଗଦାନ କରି ସମ୍ବିଧାନ ଦିବସ ଉପରେ ଆଲୋକପାତ କରିଥିଲେ । ଛାତ୍ରଛାତ୍ରୀମାନେ ସମ୍ବିଧାନର ସୁରକ୍ଷା ପାଇଁ ଶପଥପାଠ କରିଥିଲେ ।

Exit mobile version