ସ୍ୱର୍ଗତ ଲକ୍ଷ୍ମୀଧର ବେହେରା କ୍ରିକେଟ ଟୁର୍ଣ୍ଣମେଣ୍ଟ୍ , ସେମିରେ କୁମାରବସ୍ତ

୨୮ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ କ୍ରିଡା ସଂସଦ ଆନୁକୁଲ୍ୟରେ ଚାଲୁଥିବା ସ୍ୱର୍ଗତ ଲକ୍ଷ୍ମୀଧର ବେହେରା କ୍ରିକେଟ ଟୁର୍ଣ୍ଣମେଣ୍ଟ୍ ଆଜି ତୃତୀୟ ଦିନରେ ରାଇଜିଂଷ୍ଟାର କୁମାରବସ୍ତ ଓ ଓମନଗାଡିଆ କଟକ ମଧ୍ୟରେ ବାଙ୍କୀ କଚେରୀ ପଡିଆ ଠାରେ ଅନୁଷ୍ଠିତ ହୋଇଥିଲା । ଓମନଗାଡିଆ ପ୍ରଥମେ ଟସ୍ ଜିତି ତା’ର ସମସ୍ତ ୱିକେଟ ହରାଇ ୧୮୭ରନ ସଂଗ୍ରହ କରିଥିଲା । ଦଳପକ୍ଷରୁ ସୌରଭ ଦାସ ୨୯ବଲରୁ ୪୧ରନ୍ ସଂଗ୍ରହ କରିଥିବା ବେଳେ ମୁସ୍ତାକ ବେଗ୍ ୪ଗୋଟି ୱିକେଟ ଅକ୍ତିଆର କରିଥିଲେ ।

ରାଇଜିଂଷ୍ଟାର୍ କୁମାରବସ୍ତ ଦଳ ୧୨ଓଭରରେ ୪ଗୋଟି ୱିକେଟ ହରାଇ ୧୮୮ରନ୍ ସଂଗ୍ରହ କରି ବିଜୟ ଲାଭ କରିଥିଲେ । ଦଳପକ୍ଷରୁ ଶ୍ରୀ ଗୁରି ୨୯ବଲ୍‌ରୁ ୭୪ରନ୍ ସଂଗ୍ରହ କରିଥିଲେ । ଅସୀମାନନ୍ଦ ଦଳବେହେରା ମ୍ୟାନଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ମୁଖ୍ୟଅତିଥି ଭାବେ ବାଙ୍କୀ ନଗରପାଳଙ୍କ ପ୍ରତିନିଧି ସନାତନ ବେହେରା ଯୋଗଦାନ କରି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ମ୍ୟାଚକୁ ଶ୍ୱେତାଙ୍କ ମିଶ୍ର ଓ କେଶବ ମଙ୍ଗୁଆଳ ପରିଚାଳନା କରିଥିଲେ । ଆସନ୍ତା କାଲି ମଞ୍ଚେଶ୍ୱର କ୍ରିକେଟ କ୍ଳବ ଓ କଳିଙ୍ଗ ଟାଇଗର ମଧ୍ୟରେ ସଂଗଠକ ସତ୍ୟରଞ୍ଜନ ସାହୁ ପ୍ରକାଶ କରିଛନ୍ତି ।

Exit mobile version