ବାଙ୍କୀ କଲେଜ ରାଜନୀତି ବିଜ୍ଞାନ ବିଭାଗ ଆନୁକୁଲ୍ୟରେ ସମ୍ବିଧାନ ଦିବସ ପାଳିତ

୨୮ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ପବିତ୍ର ଜାତୀୟ ସମ୍ବିଧାନ ଦିବସ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ଆନୁକୁଲ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି । ବିଭାଗୀୟ ମୁଖ୍ୟ ଡକ୍ଟର ଶୈଳେନ୍ଦ୍ର ଚନ୍ଦ୍ର ଦେଓ ସଭାପତିତ୍ୱ କରିବା ସହ ସମ୍ବିଧାନ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ଅଧ୍ୟକ୍ଷ ଡକ୍ଟର ନିରଞ୍ଜନ ମହାନ୍ତି ଯୋଗଦାନ କରି ଏହି ବିଭାଗର ଛାତ୍ରଛାତ୍ରୀମାନେ ସମ୍ବିଧାନ ବିଷୟରେ ଅବଗତ ଅଛନ୍ତି , ତେଣୁ ସେମାନେ କଲେଜର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ସମ୍ବିଧାନ ସମ୍ବନ୍ଧରେ ଅବଗତ କରାଇବା ଦାୟିତ୍ୱ ରହିଛି ବୋଲି ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଭାବେ ପୂର୍ବତନ ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ସମ୍ବିଧାନରେ ଥିବା ନୀତି, ନିୟମ ଓ ଆଇନ୍ ବିଷୟରେ ସମସ୍ତେ ଜାଣିବା ସହିତ ସମ୍ବିଧାନର ସୁରକ୍ଷା ସମସ୍ତଙ୍କର କର୍ତ୍ତବ୍ୟ ବୋଲି ପ୍ରକାଶ କରିଥିଲେ ।

ସମ୍ମାନିତ ଅତିଥି ଭାବେ ସ୍ନାତକୋତ୍ତର ବିଭାଗ ସମୂହର ସଂଯୋଜକ ଡକ୍ଟର ଶଶିଭୂଷଣ ମହାପାତ୍ର, ଡକ୍ଟର ଲୀନାରାଣୀ ପ୍ରଧାନ, ଅଧ୍ୟାପିକା ବର୍ଷାରାଣୀ ଦିକ୍ଷୀତ, ଅଧ୍ୟାପକ ନରେଶ କୁମାର ବେହେରା ଓ ଅଧ୍ୟାପକ ରୁଦ୍ର ପ୍ରସାଦ ସାହୁ ପ୍ରମୁଖ ଯୋଗଦାନ କରି ସମ୍ବିଧାନର ମୁଖବନ୍ଧ ଠାରୁ ଆରମ୍ଭ କରି ମୌଳିକ ଅଧିକାର ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ଯୋଗଦେଇଥିବା ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ସମ୍ବିଧାନକୁ ସମ୍ମାନ ଜଣାଇବା ସହ ସୁରକ୍ଷା ପାଇଁ ଶପଥ ନେଇଥିଲେ । ଶେଷରେ ଅଧ୍ୟାପକ ଅଦୈତ୍ୟ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version