ବାଙ୍କୀ ସାମନ୍ତରାପୁରରେ ସମ୍ବିଧାନ ଦିବସ ପାଳିତ

୨୮ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଦର୍ଶ ଯୁବପରିଷଦ ଓ ନେହୁରୁ ଯୁବ ସଂଗଠନ କଟକ ଆନୁକୁଲ୍ୟରେ ଡମପଡ଼ା ବ୍ଲକ ଅନ୍ତର୍ଗତ ଇନ୍ଦିରା ପ୍ରିୟଦର୍ଶିନୀ ହରିଜନ ଆଦିବାସୀ ଉଚ୍ଚବିଦ୍ୟାଳୟ ସାମନ୍ତରାପୁର ଠାରେ ଜାତୀୟ ସମ୍ବିଧାନ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀମାନେ ସମ୍ବିଧାନ ସୁରକ୍ଷା , କର୍ତ୍ତବ୍ୟ ଓ ନୀତିନିୟମକୁ ପାଳନ କରିବା ପାଇଁ ଶପଥପାଠ କରିଥିଲେ । ଏଥିସହିତ ସାମନ୍ତରାପୁରର କୋଚିଲା ପାଟଣା ଗ୍ରାମ ପଦଯାତ୍ରାରେ ପରିକ୍ରମା କରି ସମ୍ବିଧାନ ସମ୍ବନ୍ଧରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ପରେ ଇନ୍ଦିରା ପ୍ରିୟଦର୍ଶିନୀ ହରିଜନ ଆଦିବାସୀ ଉଚ୍ଚବିଦ୍ୟାଳୟ ଠାରେ ସମ୍ବିଧାନ ସଂପର୍କରେ ଏକ ଆଲୋଚନା ଚକ୍ର ଆଦର୍ଶ ଯୁବପରିଷଦର ଆବାହକ ଅକ୍ଷୟ କୁମାର ସାମଲ ସଭାପତିତ୍ୱ କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

ମୁଖ୍ୟଅତିଥି ଭାବେ ଶିକ୍ଷାବିତ୍ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ସମ୍ବିଧାନ ରହିଥିବା ୩୯୫ ଧାରା ଓ ବିଶେଷ କରି ମୌଳିକ ଅଧକାର ସଂପର୍କରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପବିତ୍ର ମୋହନ ଷଡଙ୍ଗୀ ଯୋଗଦାନ କରି ସମ୍ବିଧାନ ଉପରେ ଓ ଏହାର ପ୍ରଣେତା ଡକ୍ଟର ବାବା ସାହେବ ଆମ୍ବେଦକରଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ପଣ୍ଡା, କବି ବଂଶୀଧର ମହାପାତ୍ର, ଶିକ୍ଷକ ଚିତ୍ତରଞ୍ଜନ ବେହେରା, ସାମାଜିକ କର୍ମୀ ଲଲାଟେନ୍ଦୁ ପଣ୍ଡା ଓ ଶିକ୍ଷକ ଆଶୁତୋଷ ମିଶ୍ର ପ୍ରମୁଖ ଯୋଗଦାନ କରି ସମ୍ବିଧାନର ବିଭିନ୍ନ ଧାରା, ଉପଧାରା ଉପରେ ବହୁ ତଥ୍ୟ ପ୍ରକାଶ କରିଥିଲେ । ଅନୁଷ୍ଠାନର ଆବାହକ ଅକ୍ଷୟ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version