Home ଓଡ଼ିଶା ମୋଦୀ-ଶାହାଙ୍କ ଓଡ଼ିଶା ଗସ୍ତକୁ ବିରୋଧ କରିବ – ଯୁବ କଂଗ୍ରେସ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୮ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଓଡ଼ିଶାଗସ୍ତ ଓଡ଼ିଶାବାସୀଙ୍କ ସ୍ୱାର୍ଥ ସଂପର୍କିତ ନୁହେଁ । ସର୍ବଭାରତୀୟ ନିରାପତ୍ତା କନଫରେନସ୍ର ତିନିଦିନିଆ ବୈଠକରେ ଏମାନେ ଯୋଗଦେବେ । ଏଣୁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଗସ୍ତରେ ଓଡ଼ିଶାର କୌଣସି ପ୍ରକାର ଲାଭବାନ ହେବାର ଯୋଜନା ନାହିଁ । ଯେତେବେଳେ ଓଡ଼ିଶାର ଆଦିବାସୀ ଖାଦ୍ୟ ବିକଳରେ ଆମ୍ବ ଟାକୁଆ ଖାଇ ମରୁଛନ୍ତି । ଓଡ଼ିଶାର ବେକାର ଯୁବକ ଉତ୍କଟ ବେକାରୀରେ ହନ୍ତସନ୍ତ ହେଉଛନ୍ତି । ଅପରାଧ ଘଟଣା ଅନିୟନ୍ତ୍ରିତ ହୋଇପଡ଼ିଛି । ଚାଷୀମାନେ ଋଣ ବୋଝରେ ହନ୍ତସନ୍ତ ହେଉଛନ୍ତି । ସେତେବେଳେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ବ୍ୟୟ ବହୁଳ ଓଡ଼ିଶାଗସ୍ତ ଓଡ଼ିଶାବାସୀଙ୍କ ପାଇଁ ନିରର୍ଥକ । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ତାଙ୍କର ପ୍ରିୟମିତ ଶିଳ୍ପପତି ଗୌତମ ଆଦାନୀଙ୍କ ବ୍ୟବସାୟୀକ ଅଭିବୃଦ୍ଧି ପାଇଁ ଓଡ଼ିଶା ଗସ୍ତ କରୁଛନ୍ତି । କିପରି ଅମୂଲ୍ୟ ଗନ୍ଧମାର୍ଦ୍ଦନ ପର୍ବତକୁ ଆଦାନୀ ହାତରେ ଟେକିଦେବେ ତା’ର ଯୋଜନା ପ୍ରସ୍ତୁତ ହୋଇଛି । ଗନ୍ଧମାର୍ଦ୍ଦନ ପର୍ବତରେ ତ ଆଦାନୀ ଜମି କ୍ରୟ କରିସାରିଲାଣି । ଗନ୍ଧମାର୍ଦ୍ଦନ ଓଡ଼ିଶାର ଗର୍ବଗୌରବ ଓ ଏହା ପୁରାଣର ଏକ ପବିତ୍ର ସ୍ଥାନ । ସୁତରାଂ ମୋଦୀଙ୍କର ଏହି ଷଡଯନ୍ତ୍ରକୁ ଯୁବ କଂଗ୍ରେସର ସଫଳ ହେବାକୁ ଦେବନି । ଏଣୁ ମୋଦୀ-ଶାହାଙ୍କ ଗସ୍ତକୁ ଯୁବ କଂଗ୍ରେସ ବିରୋଧ କରୁଛି ବୋଲି ପ୍ରଦେଶ ଯୁବ କଂଗ୍ରେସ ଗଣମାଧ୍ୟମ ଅଧ୍ୟକ୍ଷ ଶ୍ରୀ ସୁଦୀପ କୁମାର ସାମଲ ଏକ ପ୍ରେସ୍ ବିଜ୍ଞପ୍ତରେ କହିଛନ୍ତି । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍ Related Content ଆନ୍ତର୍ଜାତିକ ପାଠାଗାର ସଂଗ୍ରହାଳୟ ରେ ଥିବା ପୁରାତନ ଓ ଦୁର୍ଲଭ ତାଳପତ୍ର ପୋଥି ରୁ ଅନେକ ଗବେଷଣା ତଥ୍ୟମାନ ସଂଗ୍ରହ କଲେ by Proprietor Abhimanyu Maharana October 8, 2026 ପ୍ଲାଷ୍ଟିକ କପରେ ଚାହା, କ୍ୟାନ୍ସରକୁ ସାହା , ବୋଲି ଭିନ୍ନ ଏକ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana October 8, 2026 ପ୍ରାଚୀ ମୁଲକ୍ ତୈଳ ବୈଶ୍ୟ ସମାଜର ଭ୍ରାମ୍ୟମାଣ କାର୍ଯ୍ୟକାରିଣୀ ବୈଠକ by Proprietor Abhimanyu Maharana October 8, 2026 ପୋଲିସ ବାହିନୀର ୭୧ତମ ରାଜ୍ୟସ୍ତରୀୟ ବୃତ୍ତିଗତ ଦକ୍ଷତା ପ୍ରତିଯୋଗିତା ଉଦ୍ଘାଟିତ by Proprietor Abhimanyu Maharana October 8, 2026 ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି : ଚୋରି ସୁନା ବିକ୍ରି କରି କିଣିଥିଲେ ଟ୍ରାକ୍ଟର, ୩ ଅଭିଯୁକ୍ତ ଗିରଫ by Proprietor Abhimanyu Maharana October 8, 2026 ଗୋଳିଆ ପାଣି ଭରସାରେ ବେତବାଡ଼ିବାସୀ : ଏକମାତ୍ର ନଳକୂପରୁ ମିଳୁନି ସ୍ୱଚ୍ଛ ଜଳ, ରୋଗ ବଢ଼ୁଥିବା ଅଭିଯୋଗ by Proprietor Abhimanyu Maharana October 8, 2026