୨୭ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> କାର୍ଯ୍ୟରେ ଯୋଗ ଦେଇଛନ୍ତି ଆଇଏଏସ୍ ସୁଜାତା କାର୍ତ୍ତିକେୟନ । ୬ ମାସ ଛୁଟିରୁ ଫେରିବା ପରେ ଆଜି ସେ କାର୍ଯ୍ୟରେ ଯୋଗ ଦେଇଛନ୍ତି । କାଲି ସୁଜାତାଙ୍କ ସାନି ଛୁଟି ଆବେଦନ ଅଗ୍ରାହ୍ୟ କରିଥିଲେ ସରକାର । ଆଉ ୬ ମାସ ଛୁଟିରେ ରହିବାକୁ ଆବେଦନ କରିଥିଲେ ସୁଜାତା । ସୁଜାତାଙ୍କ ଆବେଦନ ଅଗ୍ରାହ୍ୟ ସହ ଯୋଗ ଦେବାକୁ ପରାମର୍ଶ ଦିଆଯାଇଥିଲା । ମେ’ ୩୧ରୁ ୬ ମାସ ଛୁଟିରେ ପଳାଇଥିଲେ ସୁଜାତା । ପୁଣିଥରେ ନିଜର ଛୁଟିକୁ ଆଉ ୬ ମାସ ବୃଦ୍ଧି ପାଇଁ ଆବେଦନ କରିଥିଲେ । ହେଲେ ରାଜ୍ୟ ସରକାର ସୁଜାତା କରିଥିବା ଆବେଦନକୁ ଖାରଜ କରିଥିଲେ । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ମହାନ୍ତି ସୁଜାତାଙ୍କୁ ଚିଠି ଲେଖି ତାଙ୍କର ଛୁଟି ଆବେଦନକୁ ରାଜ୍ୟ ସରକାର ଖାରଜ କରିଥିବା ଅବଗତ କରିଥିଲେ ।

