ନିୟମିତ ପାଇଁ ଦାବି ଜଣେଇଲା କନିଷ୍ଠ ଶିକ୍ଷକ ସଙ୍ଘ,ଯୋଜନାଭିତିକ
୨୬ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ଗୋପ ବ୍ଲକ ଶିକ୍ଷା ମଣ୍ଡଳ ଅଧିନସ୍ଥ ନୟାହାଟ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ମଣ୍ଡଳ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଅଛି।ମଣ୍ଡଳସ୍ତରୀୟ ବିଜ୍ଞାନ ମେଳା କୁ କାକଟପୁର ର ବିଧାୟକ ତୁଷାରକାନ୍ତି ବେହେରା ଙ୍କ ଦ୍ଵାରା ଉଦ୍ଘାଟନ କରିବଯାଇଥିବା ସ୍ଥଳେ ଉକ୍ତ ମେଳା ର ଉଦଯାପନୀ ଉତ୍ସବ ଅବସରରେ ରାଜ୍ୟ ର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ l ଉକ୍ତ ମଞ୍ଚରେ ଅନ୍ୟ ଅତିଥି ଭାବରେ ଜଗତସିଂହପୁର ସାଂସଦଙ୍କ ଗୋପ ବ୍ଲକ ପ୍ରତିନିଧୂ ଶ୍ରୀଯୁକ୍ତ ସୁଶାନ୍ତ କୁମାର ସ୍ବାଇଁ, ଗୋପ ବ୍ଲକ ଉପାଧ୍ୟାକ୍ଷ ଶ୍ରୀଯୁକ୍ତ ବନରଞ୍ଜନ ପଟ୍ଟନାୟକ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ପ୍ରମୋଦ ରାୟ, ଜିଲ୍ଲା ଶିକ୍ଷା ଅଧୂକାରୀ ଶ୍ରୀଯୁକ୍ତ ଦୀପକ କୁମାର ପାଢ଼ୀ,
