ଢେଙ୍କାନାଳରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୫, ଆଜି ନୂଆ ୨୭ ଚିହ୍ନଟ ଏବଂ ୩୩ ସୁସ୍ଥ

CREATOR: gd-jpeg v1.0 (using IJG JPEG v62), quality = 75

ଓଡ଼ିଶା ତାଜା ନିୟୁଜ୍ (୨୧ ଅଗଷ୍ଟ ଶୁକ୍ରବାର) ଢେଙ୍କାନାଳ :- ଆଜି ୩୩ ଜଣ ସୁସ୍ଥ ହେବାବେଳେ ନୂଆ ୨୭ ଚିହ୍ନଟକୁ ମିଶାଇ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୫। ଆଜିସୁଦ୍ଧା ୭୦୮ ଜଣ ସୁସ୍ଥ ହୋଇଥିବାବେଳେ ୩୪୫ ଜଣ ଚିକିତ୍ସାଧୀନ ଅଛନ୍ତି ଏବଂ ଦୁଇ ଜଣ ମୃତ୍ୟୁବରଣ କରିଛନ୍ତି। ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଢେଙ୍କାନାଳ ପୌରାଞ୍ଚଳ କାଲଟାକ୍ସରୁ ୪,ସିମିଳିଆରୁ ୪, ମାଣ୍ଡପାସାହି ଓ ଜଗନ୍ନାଥ ରୋଡରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଭୁବନ ବ୍ଲକର ଆଦିପୁରାରୁ ୪, ହିନ୍ଦୋଳ ବ୍ଲକ ତୁମୁରସିଙ୍ଗାରୁ ୩,ବରଡାପାଳରୁ ଜଣେ, ସଦର

ବ୍ଲକ ବାରଦା ଓ ମାଣିପୁରରୁ ଜଣେ ଲେଖାଏଁ, ଓଡ଼ାପଡ଼ା ବ୍ଲକ ଗୁଡିଡିହି ଓ ଗତିବଲ୍ଲଭ ପୁରରୁ ଜଣେ ଲେଖାଏଁ, ପରଜଙ୍ଗ ବ୍ଳକ ପରଜଙ୍ଗରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ସମ୍ ଓ ଏସ୍ ସି ବି ହସ୍ପିଟାଲରେ ଚିକିତ୍ସାଧିନ ଥିବା ଅବସ୍ଥାରେ ଭୁବନ ଏନ୍ ଏ ସି ର ୨ ଜଣ ଏବଂ ଗନ୍ଦିଆ ବ୍ଳକ ଷଡ଼ଙ୍ଗୀ ଓ କାଲୁରିଆରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୪ ଜଣ ହୋମ୍ କ୍ଵାରେଣ୍ଟାଇନରେ ଥିବାବେଳେ ୯ ଜଣ ଚିକିତ୍ସାଧୀନ ଅବସ୍ଥାରେ ଚିହ୍ନଟ ହୋଇଛନ୍ତି ଏବଂ ୪ ଜଣ ସ୍ଥାନୀୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କୁ ଢେଙ୍କାନାଳ କୋଭିଡ୍ ହସ୍ପିଟାଲ୍ ଓ ଗୋବିନ୍ଦପୁର, ହିନ୍ଦୋଳ ହେଲଥ୍ ସେଣ୍ଟରକୁ ପଠାଯାଇଛି। ସେମାନେ ରହୁଥିବା ସଂଲଗ୍ନ ଅଞ୍ଚଳକୁ ବିଶୋଧନ କରାଯାଇଛି। (ରିପୋର୍ଟ ଅମର ରଞ୍ଜନ ଦାସ)

Exit mobile version