୨୬ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଆଜି ସମ୍ବିଧାନ ଦିବସ ଅବସରରେ ଏକ ଶପଥ ପାଠ ଅନୁଷ୍ଠିତ ହୋଇଥିଲା।ସର୍କିଟ ହାଉସ ଠାରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ ଏହି ଶପଥ ପାଠ କରାଇବା ସହ ଆମ ମହାନ ସମ୍ବିଧାନ ସମ୍ପର୍କରେ ଆଲୋଚନା କରିଥିଲେ । ଭାରତ କୁ ଏକ ସାର୍ବଭୌମ, ସମାଜବାଦୀ, ଧର୍ମ ନିରପେକ୍ଷ ରାଷ୍ଟ୍ର କରିବା ସହ ଏହା ସମସ୍ତ ନାଗରିକ ଙ୍କୁ ସାମାଜିକ ଆର୍ଥିକ ଏବଂ ରାଜନୈତିକ ନ୍ୟାୟ,ବିଚାର,ଅଭିବ୍ୟକ୍ତି, ବିଶ୍ବାସ, ଧର୍ମ ଓ ଉପାସନା ର ସ୍ବତନ୍ତ୍ରତା ପ୍ରତିଷ୍ଠା କରିଛି ।

