ବିଦ୍ୟୁତ TATA କାର୍ଯ୍ଯାଳୟ ସମ୍ମୁଖରେ ଆପର ବିକ୍ଷୋଭ : ପୁରୀ

୨୬ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ  :->  ପୁରୀ ଜିଲ୍ଲା ଆମ ଆଦମୀ ପାର୍ଟି (ଆପ) ପକ୍ଷରୁ ମଙ୍ଗଳବାର ଦିନ ପୂର୍ବାହ୍ନରେ ରେଡକ୍ରସ ରୋଡ ସ୍ଥିତ ବିଦ୍ୟୁତ TATA କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହା ପୂର୍ବରୁ ବଗଲା ଧର୍ମଶାଳା ଠାରୁ ଶୋଭାଯାତ୍ରା ବଡଦାଣ୍ଡ ଦେଇ କାର୍ଯ୍ଯାଳୟ ନିକଟରେ ଧାରଣା ଦେଇଥିଲେ । ବିଜପି ସରକାର ୩୦୦ ୟୁନିଟ ମାଗଣା ବିଦ୍ୟୁତ ଦେବା ପାଇଁ କହି ଉପଭୋକ୍ତାଙ୍କୁ ଭୂଆଁ ବୁଲାଉଛି ।

ନୂଆ ସ୍ମାର୍ଟ ମିଟର ଲଗାଇବା ନାମରେ ଟାଟା କମ୍ପାନୀ ଉପଭୋକ୍ତାଙ୍କ ଠାରୁ ୭ ହଜାର ଟଙ୍କା ନେବାକୁ ଯୋଜନା କରିଛି । ଗ୍ରାହକଙ୍କୁ ବିଭିନ୍ନ ଉପାୟରେ ଆର୍ଥିକ ଲୁଟ କରିବା ପାଇଁ ଯୋଜନା କରିଛି ବୋଲି ଆପର ନେତୃବୃନ୍ଦ ମାନେ ବକ୍ତବ୍ଯ ଦେଇଥିଲେ । ବିନା ନୋଟିସ ଓ ନଜଣାଇ ବିଦ୍ୟୁତ କର୍ମଚାରୀ ମାନେ ଉପଭୋକ୍ତାଙ୍କ ଘରେ ପ୍ରବେଶ କରୁଛନ୍ତି ବୋଲି ଆପ ଅଭିଯୋଗ କରିଛି ।

ବିଦ୍ୟୁତ ସମସ୍ଯା ଓ ମାମଲା ପାଇଁ ଗ୍ରାହକ ମାନେ ଭୁବନେଶ୍ବର ଯିବାକୁ ପଡୂଛି । ପୁରୀ ବିଦ୍ୟୁତ ଅଧକାରୀଙ୍କ ୧ଲକ୍ଷ ୯୨ ହଜାର ଟଙ୍କା ବକେୟା ଥିବା ବେଳେ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । କେତେକ ବଡବଡିଆ ଗ୍ରାହକ ୨୦ ଟଙ୍କାରୁ ୧୦୦ ଟଙ୍କା ଭିତରେ ବିଦ୍ୟୁତ ଦେୟ ଦେଇ ଖସି ଯାଉଥିବା ଅଭିଯୋଗ କରିଛନ୍ତି ।

ଆଗାମୀ ସାତ ଦିନ ଭିତରରେ ଏ ସମ୍ପର୍କରେ ବିଦ୍ୟୁତ ବିଭାଗ ଦାବି ମୁତାବକ କାର୍ଯ୍ଯ ନକଲେ ଆପ ପକ୍ଷରୁ ପୁଣି ଘେରାଉ, ଧାରଣା ଓ ସତ୍ଯାଗ୍ରହ କରାଯିବ ବୋଲି ଜିଲ୍ଲା ସଭାପତି ସଂଜୀବ ମହାନ୍ତି କହିଛନ୍ତି । ରାଜ୍ଯ ସଂଗଠନ ସମ୍ପାଦକ ଶ୍ରୀକାନ୍ତ ପାଣି, ପୁରୀ ଜିଲ୍ଲା ଆପ ନେତା ସମୀର ସାମନ୍ତରାୟ , ଦେବ ପ୍ରଧାନ,

ରବିନ୍ଦ୍ର ସାହୁ, ଉମାକାନ୍ତ ସାହୁ, ଭାଗବତ ବେହେରା, ବୃନ୍ଦାବନ ପ୍ରଧାନ, ଶ୍ଯାମ ସୁନ୍ଦର ଶର୍ମା ଓ ଅଂଶୁମାନ ଶତପଥୀ ନେତୃତ୍ବ ନେଇଥିଲେ । ଏହି ଶୋଭାଯାତ୍ରାରେ ଦଳର ସଭ୍ଯ ସଭ୍ଯା, ବିଦ୍ୟୁତ ଉପଭୋକ୍ତା ଓ ସାଧାରଣ ଜନତା ସାମିଲ ଥିଲେ ।

Exit mobile version