ଦାରିଦ୍ର ଦୂରୀକରଣ ଯୋଜନାରେ ଏମ୍ବିକେ ଓ ସିଆରପି ମାନଙ୍କୁ ପ୍ରଶିକ୍ଷଣ

୨୬ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ବିରିଡି ବ୍ଲକ ସମିଳନୀ କକ୍ଷରେ ମଙ୍ଗଳ ବାର ଓଡିଶା ଜୀବିକା ମିଶନ, ମିଶନ ଶକ୍ତି ପକ୍ଷରୁ ଗ୍ରାମୀଣ ଦାରିଦ୍ର ଦୂରୀକରଣ ଯୋଜନାରେ ଏମ୍ବିକେ ଓ ସିଆରପି ମାନେ ସହଭାଗିତା ହୋଇ ନିଃସହାୟ ଗରିବ ପରିବାର ଲୋକଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚାଇ ପାରିବେ ଫଳରେ ଲୋକମାନଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହେବା ସହ ଗ୍ରାମପଂଚାୟତ ର ବିକାଶ ହୋଇ ପାରିବ l ସେ ସମ୍ବନ୍ଧରେ ଏମ୍ବିକେ ଓ ସିଆରପି ମାନଙ୍କୁ ପ୍ରଶିକ୍ଷଣ ଦିଆ ଯାଇଥିଲା l

ପ୍ରଶିକ୍ଷଣ ଦେଇଥିଲେ ଶୁଭ ନାରାୟଣ ମିଶ୍ର, ଓ ଅଜୟ କୁମାର ପଲାଇ l କାର୍ଯ୍ୟକ୍ରମ କୁ ବ୍ଲକ ଅଧ୍ୟକ୍ଷା ମମତା ପାତ୍ର ଉଦ୍ଘାଟନ କରିଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ବିଡ଼ିଓ ବିଜୟ କୁମାର ବେହେରା, ଏବିଡ଼ିଓ ନିରୋଦ କୁମାର ସାମଲ, ବିପିଏମ ପ୍ରତାପ ରୁଦ୍ର ନନ୍ଦ, ମିଶନଶକ୍ତି ସଂଯୋଜିକା ନିବେଦିତା ଦାସ, ଦକ୍ଷତା ବିକାଶ ସଂଯୋଜକ ପ୍ରମୋଦ କୁମାର ସିଂ, ବିଏଲସି ସସ୍ମିତା ବେହେରା, ଦୀପ୍ତି ମୟୀ ଦାଶ, ସସ୍ମିତା ବରାଳ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l

Exit mobile version