Home ଓଡ଼ିଶା ଏଚବିଟି ଲିଙ୍ଗ-ଭିତ୍ତିକ ହିଂସା ବିରୋଧରେ ୧୬ଦିନ ବ୍ୟାପୀ ସକ୍ରିୟ ଅଭିଯାନ ଆରମ୍ଭ କଲା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୫ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଭୁବନେଶ୍ୱରସ୍ଥିତ ଏକ ସର୍ବଭାରତୀୟ ଏନ୍ଜିଓ ‘ହମାରା ବଚ୍ପନ ଟ୍ରଷ୍ଟ’ (ଏଚବିଟି) ଲିଙ୍ଗ-ଭିତ୍ତିକ ହିଂସା ବିରୋଧରେ ୧୬ ଦିନିଆ ବୈଶ୍ୱିକ ଅଭିଯାନ ଆରମ୍ଭ କରିଛି, ଯାହା ନଭେମ୍ବର ୨୫ (ଆନ୍ତର୍ଜାତିକ ମହିଳା ହିଂସା ନିରୋଧୀ ଦିବସ)ରୁ ଡିସେମ୍ବର ୧୦ (ଆନ୍ତର୍ଜାତିକ ମାନବାଧିକାର ଦିବସ) ପର୍ଯ୍ୟନ୍ତ ଚାଲିବ । ୨୫ ନଭେମ୍ବରରେ ଏଚବିଟି ଓଡ଼ିଶା ଓ ମଧ୍ୟପ୍ରଦେଶରେ ଏହାର ବିଶାଳ ଅଭିଯାନ ଶୁଭାରମ୍ଭ କରିଥିଲା, ଯେଉଁ ଅବସରରେ ୧୬ଦିନ ବ୍ୟାପୀ ଏହାର କାର୍ଯ୍ୟକାରିତାର ବିଭିନ୍ନ ସ୍ଥାନରେ ଏକାଧିକ କାର୍ଯ୍ୟକ୍ରମ ଆାୟୋଜିତ ହେବାକୁ ଯାଉଛି । ଏହି ସମସ୍ତ କାର୍ଯ୍ୟକ୍ରମ ଅନ୍ତରଙ୍ଗ ସାଥୀଙ୍କ ଦ୍ୱାରା ହିଂସା, ବାଲ୍ୟ ବିବାହ ଏବଂ ଅନ୍ୟ ଲିଙ୍ଗ-ଭିତ୍ତିକ ହିଂସା ଭଳି ଗୁରୁତର ପ୍ରସଙ୍ଗଗୁଡିକ ପ୍ରତି ଦୃଷ୍ଟିଦେବା ଲକ୍ଷ୍ୟ ରଖିଛି । କେନ୍ଦୁଝରରେ ପାଟଣାର ଏକ ଅଙ୍ଗନବାଡି କେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ୪୦ ଜଣ ଅଂଶଗ୍ରହଣକାରୀ ଯୋଗଦେଇଥିଲେ; ଯେଉଁମାନଙ୍କ ମଧ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, କିଶୋରୀ ବାଳିକା ଏବଂ ପିଆରଆଇ ନେତୃବୃନ୍ଦ ଅନ୍ତର୍ଭୁକ୍ତ ଥିଲେ । ଏହି ଅଭିଯାନ ସମୟରେ ଯୋ÷ନଗତ, ଶାରୀରିକ ଏବଂ ମନସ୍ତାତ୍ତ୍ୱିକ ହିଂସାଜନିତ ଆପଦ ସମ୍ପର୍କରେ ଆଲୋକପାତ କରାଯାଇଥିଲା, ଏବଂ ତାହାସହିତ ବାଲ୍ୟ ବିବାହର କୁପରିଣତି ସମ୍ପର୍କରେ ସଚେତନ କରାଯାଇଥିଲା । ଏହି ଅବସରେ ସାମୂହିକ ପ୍ରୟାସକୁ ପ୍ରେରଣା ଦେବା ନିମନ୍ତେ ଏକ ଶୋଭାଯାତ୍ରା ଆୟୋଜନ ସହିତ ସେଥିରେ ଏ ସମ୍ପର୍କରେ ସ୍ଲୋଗାନ ଦିଆଯାଇଥିଲା । ଇତିମଧ୍ୟରେ ଭୁବନେଶ୍ୱରର ଭଗବତୀ ଅଞ୍ଚଳରେ ୨୬ କିଶୋରୀ ବାଳିକା ଏବଂ ମହିଳା ଲିଙ୍ଗ-ଭିତ୍ତିକ ହିଂସା ବିରୋଧରେ ନିରାପତ୍ତା, ସମାନତା ଏବଂ ମଜଭୁତପଣ ଉପରେ ଆଲୋଚନାକୁ ପ୍ରୋତ୍ସାହିତ କରିବା ଉଦେ୍ଦଶ୍ୟରେ ରଙ୍ଗୋଲି ପ୍ରସ୍ତୁତି ପ୍ରତିଯୋଗିତା ଏବଂ ଶପଥ ପାଠ ଉତ୍ସବ ଆଦି ସୃଜନଶୀଳ ପଦକ୍ଷେପରେ ଅଂଶଗ୍ରହଣ କରିଥିଲେ । ମଧ୍ୟପ୍ରଦେଶର ଜିରୋଙ୍ଗିରେ ଏଚବିଟି ମହିଳାଙ୍କ ଅଧିକାର ଏବଂ ଆଇନଗତ ସଚେତନତା ସମ୍ପର୍କରେ ଏକ ଗୋଷ୍ଠୀଭିତ୍ତିକ ତାଲିମ କାର୍ଯ୍ୟକ୍ରମ ଆୟୋଜନକୁ ସୁଗମ କରାଇଥିଲା । ଏହି ଆନ୍ତଃ କି୍ରୟାଭିମୁଖୀ ଆଲୋଚନାରେ ୪୫ କିଶୋରୀ ବାଳିକା ଏବଂ ମହିଳା ଅଂଶଗ୍ରହଣ କରିଥିଲେ ଏବଂ ସେମାନେ ଘରୋଇ ହିଂସା ଏବଂ ଅନ୍ୟ ଲିଙ୍ଗ-ଭିତ୍ତିକ ହିଂସାର ମୁକାବିଲା ନିମନ୍ତେ ପ୍ରସ୍ତୁତ ଶିକ୍ଷଣୀୟ ଭିଡିଓ ଦେଖିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମହିଳା ଓ ବାଳିକାମାନଙ୍କୁ ଅନ୍ୟାୟ ଏବଂ ପାତର ଅନ୍ତରରୁ ସୁରକ୍ଷା ପ୍ରଦାନ ନିମନ୍ତେ ଡିଜାଇନ କରାଯାଇଥିବା ବିଭିନ୍ନ ଆଇନ ସମ୍ପର୍କରେ ଆଇନଗତ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦେଇଥିଲା । ଅନ୍ତରଙ୍ଗ ସାଥୀଙ୍କ ଦ୍ୱାରା ହିଂସା ଭଳି ସମସ୍ୟାଗୁଡିକର ମୁକାବିଲା ଏବଂ ଆଇନଗତ ସଚେତନତା ବ୍ୟବସ୍ଥାକୁ ସୁଦୃଢ କରି ଏହି ସଂଗଠନ ଏକ ନିରାପଦ, ଅଧିକ ସମତାଭିତ୍ତିକ ଗୋଷ୍ଠୀ ନିର୍ମାଣ ନିମନ୍ତେ ଲକ୍ଷ୍ୟ ରଖିଛି । ଏହି ପ୍ରୟାସଗୁଡିକ ଗୋଷ୍ଠୀଗୁଡିକୁ ଏକତ୍ରିତ କରିବା, ରକ୍ଷା ପାଇଥିବା ମହିଳା ଓ ବାଳିକାମାନଙ୍କୁ ସଶକ୍ତ କରିବା ଏବଂ ଲିଙ୍ଗ-ଭିତ୍ତିକ ହିଂସାର ସ୍ଥାୟୀ ସମାଧାନକୁ ପ୍ରୋତ୍ସାହିତ କରିବା ନିମନ୍ତେ ଏକ ବୃହତ୍ତର ଅଭିଯାନର ଅଂଶବିଶେଷ ହୋଇଛି । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content କଣ୍ଟାବାଞ୍ଜିରେ କିନ୍ନର ସମାଜ ପକ୍ଷରୁ ଭବ୍ୟ ନବରାତ୍ରୀ ପୂଜା, ସହରବାସୀଙ୍କ ମଙ୍ଗଳ କାମନା by Proprietor Abhimanyu Maharana October 12, 2026 ମର୍ଦ୍ଦରାଜ ପୁର ପୁରୁଣା ସାହି, ବୋଦଶା ଗାଁ ରାସ୍ତା ର ଅବସ୍ଥା ଶୋଚନୀୟ by Proprietor Abhimanyu Maharana October 12, 2026 ଜିଲ୍ଲା ସ୍ତରୀୟ ମହକ ଓ ଉତ୍ସାହ ୨୦୨୬ ଅନୁଷ୍ଠିତ by Proprietor Abhimanyu Maharana October 12, 2026 ଦିନରେ ବାଲିବନ୍ତ ରୁ ବାଲି ଚୋରି ଧୃତରାଷ୍ଟ୍ର ପରି ବସିଛି ପ୍ରଶାସନ : ଭୁଶୁଡି ପଡିବ ହରିସହଦେବ ମନ୍ଦିର by Proprietor Abhimanyu Maharana October 12, 2026 ଓଡ଼ିଶା ସୂଚନା ସେବା ସଂଘର ବାର୍ଷିକ ଉତ୍ସବ ୨୦୨୬ ଅନୁଷ୍ଠିତ କ୍ୟାଡର ସୁଦୃଢ଼ୀକରଣ ଓ ବୃତ୍ତିଗତ ଉତ୍କର୍ଷତା ଉପରେ ଗୁରୁତ୍ୱ ‘ଡିଜିଟାଲ ଯୁଗରେ ଜନସମ୍ପର୍କ’ ଶୀର୍ଷକ ଆଲୋଚନାଚକ୍ର ଆୟୋଜିତ by Proprietor Abhimanyu Maharana October 12, 2026 ନଦୀ ପାର ହେବା ସମୟରେ ଭାସିଯାଇ ମହିଳା ମୃତ by Proprietor Abhimanyu Maharana October 12, 2026